Below header

ଦୁଇ ଦୁଇଟି ସ୍ଥାନରେ ଫୁଟିଲା ବୋମା, କେଉଁଠି ଗୋଷ୍ଠୀ ସଂଘର୍ଷ ତ କେଉଁଠି ରାଜନୈତିକ ଶତ୍ରୁତା

ଭୁବନେଶ୍ୱର(କେନ୍ଯୁଜ୍) : ଭୁବନେଶ୍ୱର ଖଣ୍ଡଗିରି ନିକଟସ୍ଥ ଡୁମୁଡୁମାରେ ବୋମାମାଡ଼ ହୋଇଛି । ରଘୁନାଥ ନଗରରେ ଏକ ଦୋକାନ ଉପରକୁ ଦୁର୍ବୃତ୍ତ ବୋମା ମାଡ କରିଛନ୍ତି । ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ଚାରି ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ରଘୁନାଥ ନଗର ଓ ସରକନ୍ତରା ଗାଁ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ବୋମାମାଡ ହୋଇଥିବା କୁହାଯାଉଛି ।

ସେପଟେ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିସଭ ନନ୍ଦଙ୍କ ଗାଡି ଉପରେ ବୋମା ମାଡ :

carଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ମଧ୍ଯ ବୋମାମାଡ଼ ହୋଇଛି । ୫୭ ନମ୍ବର ଜାତୀୟ ରାଜପଥର ମିନି ଷ୍ଟାଡିୟମ ନିକଟରେ ଏକ ଇନୋଭା ଗାଡ଼ି ଉପରକୁ ଦୁଇଟି ବୋମାମାଡ଼ ହୋଇଛି । ବୋମାମାଡ଼ ପରେ ଦୁର୍ବୃତ୍ତ ଫେରାର୍‌ ହୋଇଯାଇଛନ୍ତି । ବୋମାମାଡରେ ଇନୋଭା ଗାଡି କ୍ଷତିଗ୍ରସ୍ତ ହୋଇଛି । ଗାଡିରେ ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିସଭ ନନ୍ଦ ଥିଲେ । ରାଜନୈତିକ କାରଣରୁ ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣା ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.