ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନ ଜାରି, ଆଜି ସବୁ ଜିଲ୍ଲା ସଦର ମହକୁମାରେ ୧୨ ଘଣ୍ଟିଆ ଅନଶନ

ଭୁବନେଶ୍ବର(କେନ୍ଯୁଜ୍) : ଆଜିଠୁ ଅନଶନରେ ବସିବେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାଚୀ ମିଳିତ ମଞ୍ଚ। ୩୦ଟି ଜିଲ୍ଲାର ସଦର ମହକୁମାରେ ୬୦ ହଜାର ଶିକ୍ଷକ ନିଜର ହକ୍‌ ପାଇଁ ଲଢେଇ କରିବେ । ରାଜ୍ୟର ସବୁ ଜିଲ୍ଲାପାଳଙ୍କ କାର୍ଯାଳୟ ସମେତ ଭୁବନଶ୍ୱର ପିଏମଜିରେ ଶିକ୍ଷକ ଧାରଣା ଦେବେ । ୪୮ ଦିନ ହେଲା ଭୁବନେଶ୍ୱର ଗାନ୍ଧୀ ମାର୍ଗରେ  ଓଡ଼ିଶା ସ୍କୁଲ କଲେଜ ମିଳିତ କର୍ମଚାରୀ ମଞ୍ଚ ଧାରଣାରେ ବସି ରହିଛନ୍ତି । ଚାକିରି ସର୍ତ୍ତାବଳୀ, ପୂର୍ଣ୍ଣ ଅନୁଦାନ ଓ ସପ୍ତମ ବେତନ କମିସନ ସୁପାରିଶ ଭିତ୍ତିରେ ଦରମା ପ୍ରଦାନ ଆଦି ଦାବିରେ ବ୍ଳକ୍‌ ଗ୍ରାଣ୍ଟ ଅଧ୍ୟାପକ ଓ ଶିକ୍ଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.