ଆଠଗଡ଼: ଅନନ୍ତ ବେଉରା ଅସ୍ଥିଶଲ୍ୟ ଚିକିତ୍ସା ସେବା ସଦନ ଉପରେ ବୋମାମାଡ

ଆଠଗଡ଼: ରାତିଅଧରେ ଫୁଟିଲା ବୋମା। ଆଠଗଡ଼ ଥାନା କୁଲାଇଲୋ ଠାରେ ଥିବା ଅନନ୍ତ ବେଉରା ଅସ୍ଥିଶଲ୍ୟ ଚିକିତ୍ସା ସେବା ସଦନ ଉପରେ ବୋମାମାଡ ହୋଇଛି। ବୋମାମାଡରେ ସେବା ସଦନ ପାଖରେ ଥିବା ଏକ ଦୋକାନ ଘରର କାଚ ଭାଙ୍ଗିଯାଇଛି। ଫଳରେ ସେବା ସଦନର ରୋଗୀମାନେ ଭୟବୀତ ହୋଇପଡିଛନ୍ତି। ରାତି ପ୍ରାୟ ୨ଟାରୁ ୩ଟା ଭିତରେ ବୋମାମାଡ ହୋଇଥିବାବେଳେ ଏହାର କାରଣ ସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ଆଠଗଡ଼ ପୋଲିସର ତଦନ୍ତ ଜାରି ରଖିଛି।