Below header

ବାଲିଘାଟରେ ବୋମା ଫିଙ୍ଗି ହତ୍ୟା ଘଟଣା: ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ବିଂଝାରପୁର ପୋଲିସ

ଯାଜପୁର ଟାଉନ(କେନ୍ୟୁଜ୍‌) : ଯାଜପୁର ବିଂଝାରପୁର ମନେଇଗଣ୍ଡ ବାଲିଘାଟ ବୋମା ମାଡ଼ ଘଟଣା,ନାଉପାଳ ଗାଁ ର ଗିରିଧାରୀ ମଳିକ,ବିଷ୍ଣୁ ମଳିକ ଏବଂ ମାଂସଡା ଗାଁ ର ସୁରେନ୍ଦ୍ର ମଳିକ ଙ୍କୁ କୋର୍ଟ ଚାଲାଣ କଲା ବିଂଝାରପୁର ପୋଲିସ।

ଗତ ୨୪ ତାରିଖ ସନ୍ଧ୍ୟାରେ ବାଲି ଘାଟ ବିବାଦ କୁ କେନ୍ଦ୍ର କରି ଗିରିଧାରୀ ଓରଫ ଟେରୁ କଲ୍ୟାଣପୁର ଗାଁ ର ସୁରେନ୍ଦ୍ର ଦାସ ଙ୍କ ଉପରକୁ ବୋମା ଫିଙ୍ଗିଥିଲେ। ଗୁରୁତର ଅବସ୍ଥାରେ ସୁରେନ୍ଦ୍ର ଦାସ ଙ୍କୁ ଡାକ୍ତର ଖାନା ରେ ଭର୍ତି କରାଯାଇଥିଲେ ହେଁ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧ ରେ ଭାରତୀୟ ଦଣ୍ଡବିଧି ଆଇନ ର ଧାରା ୨୧୨,୧୨୦ ଖ,୩୪,୩୪୫,୨୨୭ ରେ ମୋକଦ୍ଦମା ରୁଜୁ କରି ୩ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛି। ଏହି ଘଟଣା ରେ ପୋଲିସ କର୍ତ୍ତବ୍ୟ ରେ ଅବହେଳା କରିବା ଅଭିଯୋଗ ରେ ବିଂଝାରପୁର ଥାନା ଏସ ଆଇ କଣ୍ଡୁରୀ ଚରଣ ଦାସ ଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.