Below header

ମଝି ଆକାଶରେ ହଠାତ ବିମାନର କବାଟ ଖୋଲିବାକୁ ଚେଷ୍ଟା କଲେ ମହିଳା, ଆଉ ତା ପରେ……

ସାଧାରଣତଃ ଯାତ୍ରା କରୁଥିବା ସମୟରେ ଆମେ ଭିନ୍ନ ଭିନ୍ନ ଲୋକଙ୍କ ସଂସ୍ପର୍ଶରେ ଆସିଥାଉ । ସେ ମଧ୍ୟରୁ କିଛି ଲୋକ ରାଗି ସ୍ୱଭାବର ହୋଇଥିବା ବେଳେ କିଛି ଲୋକ ନରମ ତଥା ମିଶାଣିଆ ଥାନ୍ତି । କିନ୍ତୁ କିଛି ଲୋକଙ୍କ ସ୍ୱଭାବ ଏମିତି ଥାଏ ଯେ ଖାଲି ଖାଲି ଟାରେ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି କରିଦିଅନ୍ତି । ଏକ ଫ୍ଲାଇଟ ଉଡାଣ ଭରିବା ସମୟରେ ଜଣେ ମହିଳା ପ୍ଲେନର କବାଟ ଖୋଲିବାକୁ ଚେଷ୍ଟା କରିଥିଲେ । ସୂଚନାରୁ ଜଣାଯାଇଛିକି ଏହି ଫ୍ଲାଇଟଟି ବ୍ରିଟେନର ମାଣ୍ଚେଷ୍ଟର ସହରରୁ ତୁର୍କୀ ସ୍ଥିତ ଅଂଟାଲିଆ ସହରକୁ ଯାଉଥିଲା । ଫ୍ଲାଇଟଟି ହଜାର ଫୁଟ ଉପରକୁ ଉଠିସାରିଥିବା ବେଳେ ମହିଳା ଜଣକ କବାଟ ଖୋଲିବାକୁ ଚେଷ୍ଟା କରୁଥିଲେ । ଖାଲି ଚେଷ୍ଟା କରୁନଥିଲେ ଏନେଇ କ୍ରୁ ସଦସ୍ୟଙ୍କ ସହ ବି ଭିଡିଗଲେ ଏହି ମହିଳା ଜଣକ । ପଚରାଉଚୁରାରୁ ଜଣାଯାଇଛିଯେ କଣ ହେଲା କେଜାଣି ହଠାତ ମହିଳା ଜଣଙ୍କ କାନ୍ଦିବାକୁ ଲାଗିଲେ ଓ ଫ୍ଲାଇଟ ଭିତରେ ବସିଥିବା ଯାତ୍ରୀମାନଙ୍କ ଉପରେ ଚିଲ୍ଲେଇବାକୁ ଲାଗିଲେ । ଅନ୍ୟ ସହଯାତ୍ରୀ ମାନଙ୍କୁ ଚାପୁଡ଼ା ବି ମାରିଥିଲେ । Jet 2 ର ମ୍ୟାନେଜିଂଗ ଡ଼ାଇରେକ୍ଟର ଫିଲ ୱାରଡ଼ଙ୍କ କହିବା ଅନୁଯାୟୀ କ୍ୟାଥରିନ ୱାରଡ଼ଙ୍କ ଏପରି ବ୍ୟବହାର ଜମାବି ସ୍ୱୀକାର ନଥିଲା ।

ସୂଚନାରୁ ଜଣାଯାଇଛିଯେ ଘଟଣାଟି ସୋମବାର ଦିନ ହିଁ ଘଟିଛି । ଏହି ମାମଲାକୁ ନେଇ ଏୟାରଲାଇନ୍ସ ବିଭାଗ ପକ୍ଷରୁ ମହିଳାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାଯାଇଛି । ମହିଳାଙ୍କ ନାଁ ରୋଡି କ୍ୟାଥରିନ ବୁଶ ବୋଲି ଜଣାପଡିଥିବା ବେଳେ ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଵିଵାନ କତ୍ତୃପକ୍ଷଙ୍କ କହିବା ଅନୁଯାୟୀ ଏମିତି ଘଟଣା ଖୁବ ବିରଳ ହୋଇଥାଏ । ସାଧାରଣତଃ ବିମାନ ଉଡାଣ ସମୟରେ ଯାତ୍ରୀମାନେ କିଂଚିତ ଭୟବିତ୍ତ ଅବସ୍ଥାରେ ରହୁଥିବାବେଳେ ଏମିତି ଚିଲ୍ଲେଇବା ଓ କବାଟ ଖୋଲିବାକୁ ଚେଷ୍ଟା କରିବା ଘଟଣା ଖୁବ ବିରଳ । ମହିଳା ଜଣଙ୍କର ଏପରି ହରକତ ବିମାନରେ ଉପସ୍ଥିତ ଥିବା ଅନ୍ୟ ଯାତ୍ରୀ ମାନଙ୍କୁ ଖୁବ ଡରାଇ ଦେଇଥିଲା । ଆଉ ଯାତ୍ରା ଶେଷ ହେବା ପରେ Jet2 ଏୟାରଲାଇନ୍ସ ତରଫରୁ ସମସ୍ତ ଯାତ୍ରୀ ମାନଙ୍କୁ ଅସୁବିଧା କାରଣରୁ କ୍ଷମା ପ୍ରାର୍ଥନା ବି କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.