ଗୁଣି ଗାରେଡିକୁ ନେଇ ଫୁଟିଲା ବୋମା: ଭାଙ୍ଗିଲା ଗ୍ରୀଲ, ଭୁଶୁଡିଲା କୋଠା

କାମାକ୍ଷାନଗର(କେନ୍ଯୁଜ୍):ଗୁଣି ଗାରେଡ଼ିକୁ ନେଇ ବୋମାମାଡ଼। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ ଗାଁରେ ଫୁଟିଲା ବୋମା। ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ୫ଜଣ ସଦସ୍ୟ। ଗୁଣିଗାରେଡ଼ି ସନ୍ଦେହକୁ ନେଇ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ସନ୍ଦେହରେ ଗାଁର ୨ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି କାମାକ୍ଷାନଗର ପୋଲିସ।
ଅଭିଯୋଗ ଅନୁଯାୟୀ, ମହୁଲପାଳ ଗାଁର ବାଲୁ୍ଙ୍କେଶ୍ୱର ଦେହୁରୀଙ୍କ ପରିବାର ଲୋକଙ୍କୁ ତାଙ୍କ ପାଖ ପଡୋଶୀ ରବି ନାରାୟଣ ପେଣ୍ଠେଇଙ୍କ ପରିବାର ଲୋକେ ଗୁଣି ଗାରେଡ଼ି କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ଗତକାଲି ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା। ଯାହାକୁ ନେଇ ରାତି ପ୍ରାୟ ସାଢେ ୧୦ଟାରେ ରବିନାରାୟଣଙ୍କ ପରିବାରଲୋକେ ବାଲୁଙ୍କେଶ୍ୱରଙ୍କ ଘର ଉପରକୁ ୪ଟି ବୋମା ମାଡ କରିଥିଲେ। ଏଥିରେ କୋଠାଟି ସଂପୂର୍ଣ୍ଣ ଭାଙ୍ଗିଯାଇଛି।