Below header

ଚୋରି ଭିଡିଓ ଭାଇରାଲ ପରେ ନାବାଳକର ମୃତ୍ୟୁ

ଢେଙ୍କାନାଳ : ଦୋକାନରୁ ଚୋରି କରିଥିବା ଭିଡିଓ ଭାଇରାଲ ପରେ ନାବାଳକର ସନ୍ଦେହଜନକ ମୃତ୍ୟୁ। ଘଟଣା ଘଟିଛି ଢେଙ୍କାନାଳ ଭୁବନ ଥାନା ସୁରପ୍ରତାପପୁର ଗାଁରେ। ଗତକାଲି ୧୪ ବର୍ଷର ନାବାଳକ ଜଣଙ୍କ ଦୋକାନରୁ ଚୋରି କରୁଥିବା କହି ଏକ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ସେ ଚୋରି କରିନଥିବା କହିଥିଲା। ହେଲେ ସଂଧ୍ୟାରେ ନାବାଳକର ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଭିଡିଓ ଭାଇରାଲ ହେବା ଯୋଗୁ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଭିଡିଓ ଭାଇରାଲ ହେବାର କିଛି ସମୟ ପରେ ପରିବାର ଲୋକ ନାବାଳକକୁ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର କରିଥିଲେ। ଏହାର କିଛି ସମୟ ପରେ ନାବାଳକର ମୃତ୍ୟୁ ହୋଇଛି। ଏନେଇ ଥାନାରେ ମାମଲା ରୁଜୁ ହୋଇଛି। ପୋଲିସ ଶବ ବ୍ୟବଚ୍ଛେଦ କରି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.