Below header

ଭାରତ ବଜାରରେ ଲଞ୍ଚ ହେଲା ଆଭିଏଟର୍ ୨୦୧୮ ମଡ଼େଲ୍

ନୂଆଦିଲ୍ଳୀ : ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟର ଇଣ୍ଡିଆ ଏହାର ନୂଆ ଆଭିଏଟର ମଡ଼େଲ ଲଞ୍ଚ କରିଛି। ଏହି ନୂଆ ମଡ଼େଲରେ କମ୍ପାନି ଅନେକ ନୂତନ ଫିଚର ଅପଡ଼େଟ କରିଛି ଯାହା ଏହାକୁ ଅଧିକ ଆକର୍ଷଣୀୟ କରିଛି। ହୋଣ୍ଡା ଆଭିଏଟରର ନୂଆ ମଡ଼େଲରେ ଏଲିଡ଼ ହେଡ଼ ଲ୍ୟାମ୍ପ ସହ ପ୍ରୋଜେସନ ଲ୍ୟାମ୍ପ ରହିଛି। ଫୋର ଇନ ୱାନ ଲକ୍ ଭଳି ଏକ ଖାସ ଫିଚର ଏଥିରେ ରହିଛି ଯାହା ଏହାକୁ ଅନ୍ୟ ମଡ଼େଲରୁ ଅଲଗା କରିଛି। ଏହି ଲକ୍ ଦ୍ବାରା ଏକା ସହିତ ଇଗ୍ରିସନ୍ ଏବଂ ସିଟ୍ ଖୋଲିବାରେ ସାହାଯ୍ୟ ହେବ। ଏହି ନୂଆ ମଡ଼େଲର ଏକ୍ସ ଶୋରୁମ୍ ମୂଲ୍ୟ ରହିଛି ୫୫,୧୫୭ ଟଙ୍କା। ସୂଚନା ଅନୁଯାୟୀ , ଏହି ନୂଆ ସ୍କୁଟରର ମୁକାବିଲା ଟିଭିଏସ ଜୁପିଟର କ୍ଲାସିକ୍ ଏବଂ ୟାମାହା ଫ୍ୟାସିାନୋ ସ୍କୁଟର ସହ କରାଯାଉଛି।

ନୂଆ ଅଭିଏଟର ସ୍କୁଟର ୧୦୯ସିସି ସିଙ୍ଗଲ ସିଲିଣ୍ଡର ବିଶିଷ୍ଟ ରହିଛି ଯାହା ୮ ବିଏଚପି ପାୱର ଏବଂ ୮.୯ ନ୍ୟୁଟନ ମିଟର ଟ୍ରାକ୍ ଜେନରେଟ କରିପାରିବ। କମ୍ପାନି ଅନୁଯାୟୀ, ଏହି ସ୍କୁଟର ୮୨ କିଲୋମିଟର ପ୍ରତି ଲିଟର ଟପ ସ୍ପିଡ଼ରେ ଚାଲିବ। ନୂଆ ଫିଚର ଛଡ଼ା କମ୍ପାନୀ ଏହାକୁ ତିନୋଟି ନୂଆ ରଙ୍ଗରେ ମଧ୍ୟ ଲଞ୍ଚ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.