Below header

ଯୋଗୀ ଓ ପୋଲିସ୍ ଅଫିସର୍

ଗୋରଖପୁର : ଉତ୍ତର ପ୍ରଦେଶର ମହାପ୍ରତାପୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆଗରେ ଆଣ୍ଠେଇଲେ ପୋଲିସ୍ ଅଧିକାରୀ । କହିବାର ଅର୍ଥ ହେଉଛି ଏକ କାର୍ୟ୍ୟକ୍ରମ ବେଳେ ଯୋଗୀଙ୍କୁ ହାତଯୋଡ଼ି ପ୍ରଣାମ କରିବା ସହ ତାଙ୍କୁ ଫୁଲମଳ ପିନ୍ଧାଇ ଏବେ ବିବାଦକୁ ଆସିଛନ୍ତି ଏହି ପୋଲିସ୍ ଅଧିକାରୀ । ଏହି ଫଟୋ ଭାଇରାଲ ହେବା ପରେ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଯୋଗୀ ଜଣେ ଆଧ୍ୟାତ୍ମିକ ଗୁରୁ ଭଳି ବସିଛନ୍ତି । ଗୁରୁ ପୂର୍ଣ୍ଣିମା ଦିନ ତାଙ୍କୁ ଗୋରଖନାଥ ଅଞ୍ଚଳର ସର୍କଲ ଅଫିସର ପ୍ରବୀଣ କୁମାର ସିଂହ ପ୍ରଣାମ କରିବା ସହ ଆଶୀର୍ବାଦ ନେଇଛନ୍ତି । ଯୋଗୀ ତାଙ୍କ କପାଳରେ ତିଳକ ଲଗାଉଛନ୍ତି । ନିଜେ ପ୍ରବୀଣ କୁମାର ଫଟୋ ସବୁକୁ ନିଜ ଫେସ୍ବୁକ୍ରେ ପୋଷ୍ଟ କରି ଯୋଗୀଙ୍କ ଆଶୀର୍ବାଦ ନେଉଥିବା ଲେଖିଛନ୍ତି । ଏଭଳି ଫଟୋ ସବୁଆଡ଼େ ଚର୍ଚ୍ଚା ସୃଷ୍ଟି କରିଛି ।

କିଛି ଦିନ ତଳେ ଦିଲ୍ଲୀର ଜଣେ ପୋଲିସ୍ ଅଧିକାରୀ ମହିଳା ଧର୍ମଗୁରୁଙ୍କ ଆଶୀର୍ବାଦ ନେବାର ଫଟୋ ପଦାକୁ ଆସିବା ପରେ ତାଙ୍କୁ ବଦଳି କରି ଦିଆଯାଇଥିଲା । ଏବେ ଦେଖିବାର କଥା ଯୋଗୀଙ୍କ ଆଶୀର୍ବାଦ ନେଇ ପ୍ରବୀଣ କୁମାର କୁଆଡ଼େ ଯାଉଛନ୍ତି ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.