Below header

ଡମ୍ଫର ଓ ବାଇକ ମୁହାଁମୁହିଁ ଧକ୍କା, ଭିଣୋଇ ଓ ଶାଳୀଙ୍କ ମୃତ୍ୟୁ

ନୂଆପଡା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଡ଼ୁମେରପାଣି ଗାଁ ନିକଟରେ ଡମ୍ଫର ଓ ବାଇକ ମୁହାଁମୁହିଁ ଧକ୍କା l ଘଟଣାସ୍ଥଳରେ ବାଇକ ଆରୋହୀ ଭିଣୋଇ ଓ ଶାଳୀଙ୍କ ମୃତ୍ୟୁ ଘଟିଛି । ଭିଣୋଇ ପଳସାଗୁଡା ଗାଁର କମଲେଶ ମହାନନ୍ଦ ଓ ଶାଳୀ ନନ୍ଦପୁର ଗାଁର କ୍ରିତିକା କ୍ଷେତ୍ରପାଲ ବୋଲି ଜଣାପଡିଛି l

ନୂଆପଡା(କେନ୍ୟୁଜ):  ନୂଆପଡା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଡ଼ୁମେରପାଣି ଗାଁ ନିକଟରେ ଡମ୍ଫର ଓ ବାଇକ ମୁହାଁମୁହିଁ ଧକ୍କା l ଘଟଣାସ୍ଥଳରେ ବାଇକ ଆରୋହୀ ଭିଣୋଇ ଓ ଶାଳୀଙ୍କ ମୃତ୍ୟୁ ଘଟିଛି । ଭିଣୋଇ ପଳସାଗୁଡା ଗାଁର କମଲେଶ ମହାନନ୍ଦ ଓ ଶାଳୀ ନନ୍ଦପୁର ଗାଁର କ୍ରିତିକା କ୍ଷେତ୍ରପାଲ ବୋଲି ଜଣାପଡିଛି l

ଆଜି ଅପରାହ୍ନରେ କମଲେଶ ନୂଆପଡା ସଦର ଥାନା ଅନ୍ତର୍ଗତ ପଲସାଗୁଡା ଗାଁର କମଲେଶ ମହାନନ୍ଦ ନିଜ ବାଇକରେ ନିଜର ଶାଳୀ କ୍ରିତିକାକୁ ନେଇ ନିଜ ଶ୍ୱଶୁର ଘର ନନ୍ଦପୁର ଗାଁକୁ ଯାଉଥିଲେ l

ହେଲେ ଡ଼ୁମେରପାଣି ଗାଁ ନିକଟରେ ବିପରିତ ଦିଗରୁ ଆସୁଥିବା ବାଲି ବୋଝେଇ ଡ଼ମ୍ଫର ଗାଡି ସହ ମୁହାଁମୁହିଁ ଧକ୍କା ହୋଇଥିଲା l ଯାଫଳରେ ଘଟଣାସ୍ଥଳରେ ଶାଳୀ କ୍ରିତିକାଙ୍କ ମୃତ୍ୟୁ ଘଟିଥିବା ବେଳେ ଭିଣୋଇ କମଲେଶକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନା ନେବା ସମୟରେ ମୃତ୍ୟୁ ଘଟିଛି l

ଏହି ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା l ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକମାନେ ଡ଼ୁମେରପାଣି – ହଳଦୀ ମୁଖ୍ଯ ରାସ୍ତାକୁ ବନ୍ଦ କରିଥିଲେ l ଖବର ପାଇ ନୂଆପଡା ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ଜବତ କରିବା ସହ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ l

ଆସନ୍ତାକାଲି ସକାଳେ ନୂଆପଡା ଜିଲ୍ଲା ମୁଖ୍ଯ ଚିକିତ୍ସାଳୟଠାରେ ଉଭୟଙ୍କ ଶବକୁ ବ୍ଯବଚ୍ଛେଦ କରାଯିବା ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ l ସେହିଭଳି ନୂଆପଡା ପୋଲିସ ଡମ୍ଫର ଗାଡି ଜବତ କରିବା ସହ ଡ୍ରାଇଭ ରକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.