ବଦଳିବ ଯୁଦ୍ଧର ବାଜି, ରୁଷ ଉପରେ ପାଲଟା ହମଲା ପାଇଁ ତୟାର ୟୁକ୍ରେନ

ରୁଷ ଉପରେ ପାଲଟା ହମଲା ପାଇଁ ତୟାର ୟୁକ୍ରେନ। ସୈନ୍ୟ ଆଉ ହତିଆର ପ୍ରସ୍ତୁତ । ବହୁ ଦିନ ଧରି ବ୍ୟୂହ ରଚନା କରିଥିଲା ଜେଲେନ୍‌ସ୍କି ବାହିନୀ। ପ୍ରତିଆକ୍ରମ ପାଇଁ ସମୟ ପାଖୋଉଥିବା କହିଛନ୍ତି ୟୁକ୍ରେନର କମାଣ୍ଡର ଇନ୍‌ ଚିଫ୍‌ ଜେନେରାଲ ଭାଲେରି ଜାଲୁଝିନି ।

ରୁଷ ଉପରେ ପାଲଟା ହମଲା ପାଇଁ ତୟାର ୟୁକ୍ରେନ। ସୈନ୍ୟ ଆଉ ହତିଆର ପ୍ରସ୍ତୁତ । ବହୁ ଦିନ ଧରି ବ୍ୟୂହ ରଚନା କରିଥିଲା ଜେଲେନ୍‌ସ୍କି ବାହିନୀ। ପ୍ରତିଆକ୍ରମ ପାଇଁ ସମୟ ପାଖୋଉଥିବା କହିଛନ୍ତି ୟୁକ୍ରେନର କମାଣ୍ଡର ଇନ୍‌ ଚିଫ୍‌ ଜେନେରାଲ ଭାଲେରି ଜାଲୁଝିନି । ଏହା ଭିତରେ ବହୁ ଗୁଣିତ ହୋଇଛି ୟୁକ୍ରେନ ଏୟାର ଡିଫେନ୍‌ସ ପାଓ୍ଵାର। ରୁଷ ସେନାର ମିସାଇଲ ଓ ଡ୍ରୋନକୁ ବହୁ ଦୂରରୁ ଟାର୍ଗେଟ୍‌ କରୁଛି ୟୁକ୍ରେନ ଏୟାରଫୋର୍ସ।

ବଦଳିବ ଯୁଦ୍ଧର ବାଜି । ରୁଷ ଉପରେ ପାଲଟା ହମଲାର ସମୟ ପାଖୋଉଛି। ବହୁ ଦିନ ଧରି ବ୍ୟୂହ ରଚନା କରୁଛି ୟୁକ୍ରେନ। ଅତ୍ୟାଧୁନିକ ପାଶ୍ଚାତ୍ୟ ଅସ୍ତ୍ରଶସ୍ତ୍ର ଓ ଟ୍ରେଣ୍ଡ ବ୍ରିଗେଡ୍‌ ଠୁଳ କରୁଛି। ଗତ କିଛି ଦିନ ହେଲା ନୂଆ ଏୟାର ଡିଫେନ୍‌ସ ସିଷ୍ଟମ, ଟ୍ୟାଙ୍କ, ଆର୍ଟିଲାରୀ ଯୋଗାଇଛନ୍ତି ପାଶ୍ଚାତ୍ୟ ରାଷ୍ଟ୍ର। ପ୍ରସ୍ତୁତି ଚୂଡ଼ାନ୍ତ। ଅପେକ୍ଷା ଥିଲା ୁପଯୁକ୍ତ ସମୟକୁ। ଏବେ ଯେକୌଣସି ମୁହୂର୍ତ୍ତରେ ହୋଇପାରେ ପ୍ରତିଆକ୍ରମଣ।

ଦୀର୍ଘ ପ୍ରତୀକ୍ଷିତ ପାଲଟା ଆକ୍ରମଣର ସମୟ ନିକଟବର୍ତ୍ତୀ ହେଲାଣି। ୟୁକ୍ରେନର ନୂଆ ରଣନୀତି ସଂପର୍କରେ ସୂଚନା ଦେଇଛନ୍ତି ୟୁକ୍ରେନର କମାଣ୍ଡର ଇନ୍‌ ଚିଫ ଜେନେରାଲ ଭାଲେରୀ ଜାଲୁଝିନି। ଗତ କିଛି ଦିନ ପ୍ରତିଆକ୍ରମଣର ଝଲକ ଦେଖାଉଛି ଜେଲେନସ୍କି ବାହିନୀ। ରୁଷ ସୀମା ଭିତରେ ଏକାଧିକ ଥର ଧମାକା ହେଲାଣି। ଆଜି ବେଲଗୋରଦ ଉପରେ ହମଲା ହୋଇଛି। ତେବେ ଏ ନେଇ ମୁହଁ ଖୋଲିନି ୟୁକ୍ରେନ ସେନା।