ଆମେରିକା ଯିବା ପୂର୍ବରୁ ରାହୁଲଙ୍କୁ ମିଳିଲା ନୂଆ ପାସପୋର୍ଟ
ଆମେରିକା ଯିବା ପୂର୍ବରୁ ରାହୁଲଙ୍କୁ ମିଳିଲା ନୂଆ ପାସପୋର୍ଟ। ୩ ବର୍ଷ ପାଇଁ ସାଧାରଣ ପାସପୋର୍ଟ ମିଳିଛି। ଶୁକ୍ରବାର ଦିଲ୍ଲୀ କୋର୍ଟ ନୋ ଅବ୍ଜେକ୍ସନ ସାର୍ଟିଫିକେଟ୍ ଦେବା ପରେ ରାହୁଲଙ୍କୁ ପାସପୋର୍ଟ ମିଳିଛି। ରାହୁଲ ୧୦ ବର୍ଷ ପାଇଁ ପାସପୋର୍ଟ ଆବେଦନ କରିଥିଲେ । ତାଙ୍କୁ ୩ ବର୍ଷ ପାଇଁ ମିଳିଛି।

ସାଂସଦ ପଦ ରଦ୍ଦ ହେବା ପରେ କୂଟନୈତିକ ପାସପୋର୍ଟ ସରେଣ୍ଡର କରିଥିଲେ ରାହୁଲ ଗାନ୍ଧି। ଏବେ ସାଂସଦ ପଦ ନଥିବାରୁ ତାଙ୍କୁ ସାଧାରଣ ପାସପୋର୍ଟ ମିଳିଛି। ଆସନ୍ତାକାଲି ସେ ଆମେରିକା ଯିବେ । ଓ୍ଵାସିଂଟନ ଡିସି, ନ୍ୟୁୟର୍କ ଓ ସାନ୍ଫ୍ରାନସିସ୍କୋରେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିବେ।