‘ୟାସିନ ମଲ୍ଲିକକୁ ବଂଚାଇ ଦିଅ’ , ମୃତ୍ୟୁଦଣ୍ଡ ଆଶଙ୍କା କରି ପାକ୍‌ ସରକାରକୁ ଗୁହାରି କଲା ପତ୍ନୀ ମୁଶାଲ୍‌

ଜମ୍ମୁ-କଶ୍ମୀର ବିଚ୍ଛିନତାବାଦୀ ତଥା ଆତଙ୍କବାଦୀ ୟାସୀନ ମଲ୍ଳିକର ଜୀବନ ଭିକ୍ଷା କରି ପାକ୍‌ ସରକାରକୁ ଗୁହାରୀ କରିଛି ପତ୍ନୀ ମୁଶାଲ ହୁସେନ୍‌ । ଭାରତରେ ଆଜୀବନ କାରାଦଣ୍ଡ ଭୋଗ କରୁଥିବା ୟାସୀନକୁ ମୃତ୍ୟୁ ଦଣ୍ଡ ଦିଆଯାଇ ପାରେ ବୋଲି ପତ୍ନୀ ମୁଶାଲ ଆଶଙ୍କା କରି ଏପରି କହିଛି । ୟାସିନ ମଲ୍ଲିକର ପତ୍ନୀ ପାକିସ୍ତାନରେ ରହୁଥିବା ବେଳେ ୟାସିନ ଭାରତର ଜେଲରେ ରହିଛି ।

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀର ବିଚ୍ଛିନତାବାଦୀ ତଥା ଆତଙ୍କବାଦୀ ୟାସୀନ ମଲ୍ଳିକର ଜୀବନ ଭିକ୍ଷା କରି ପାକ୍‌ ସରକାରକୁ ଗୁହାରୀ କରିଛି ପତ୍ନୀ ମୁଶାଲ ହୁସେନ୍‌ । ଭାରତରେ ଆଜୀବନ କାରାଦଣ୍ଡ ଭୋଗ କରୁଥିବା ୟାସୀନକୁ ମୃତ୍ୟୁ ଦଣ୍ଡ ଦିଆଯାଇ ପାରେ ବୋଲି ପତ୍ନୀ ମୁଶାଲ ଆଶଙ୍କା କରି ଏପରି କହିଛି । ୟାସିନ ମଲ୍ଲିକର ପତ୍ନୀ ପାକିସ୍ତାନରେ ରହୁଥିବା ବେଳେ ୟାସିନ ଭାରତର ଜେଲରେ ରହିଛି ।

ତା’ର ସ୍ୱାମୀ ୟାସିନକୁ ଭାରତରେ ମୃତ୍ୟୁ ଦଣ୍ଡ ଦିଆଯାଇପାରେ ବୋଲି ମୁଶାଲ ଆଶଙ୍କା ପ୍ରକଟ କରିଛି । ଭାରତର ଜେଲରେ ୟାସିନକୁ ନିର୍ଯାତନା ଦିଆଯାଉଥିବାରୁ ତା’ର ସ୍ୱାସ୍ଥ୍ୟ ଖରାପ ହୋଇଯାଇଛି ବୋଲି ପତ୍ନୀ ମୁଶାଲ ପ୍ରକାଶ କରିଛି ।

ପ୍ରକାଶଯୋଗ୍ୟ, ମୁଶାଲ ମଲିକ ପାକିସ୍ତାନରେ ପିସ୍‌ ଆଣ୍ଡ କଲଚର ଅର୍ଗାନାଇଜେସନର ଅଧ୍ୟକ୍ଷ । ସେ ଲାହୋର ଜିନ୍ନା ହାଉସରେ ଏକ ସାମ୍ବାଦିକ ସମ୍ମିଳନୀରେ ପତି ୟାସିନ ସମ୍ପକ ର୍ରେ ଏପରି କଥା କହିଛି । ଭାରତର ଏଜେନ୍ସି ଏନଆଇଏ ମୋର ପତିଙ୍କୁ ମୃତ୍ୟୁ ଦଣ୍ଡ ଦେବାକୁ ଦାବି କରିଛି । ତେଣୁ ମୁଁ ପାକିସ୍ତାନ ସରକାରକୁ ନିବେଦନ କରୁଛି କି ମୋର ପତିକୁ ବଂଚାଇ ଦିଅନ୍ତୁ ।

ଭାରତରେ ମାନବିକ ନ୍ୟାୟ ଉଲଂଘନ କରାଯାଉଛି ବୋଲି ମୁଶଲ କହିଛି । ମୁଶଲ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଗାଳିଦେବା ସହ କେହି ବି କାଶ୍ମିରୀ ମୃତ୍ୟୁକୁ ଭୟ କରନ୍ତି ନାହିଁ ବୋଲି କହିଛି । ମୁଶଲ କହିଛି ଯେ ମୋର ପତି ୟାସିନ କେବଳ ଜଣେ ବ୍ୟକ୍ତି ନୁହଁ, ଏକ ଆନ୍ଦୋଳନର ନାମ ।

yasin
photo : abplive.com

ୟାସିନକୁ ଗତ ବର୍ଷ ଏନଆଇଏ ଆତଙ୍କୀ ଫଣ୍ଡ ମାମଲାରେ ଆଜୀବନ କାରାଦଣ୍ଡ ଦେଇଥିଲା । ୟାସିନ ୧୯୮୯ ରୁ କଶ୍ମୀର ଆନ୍ଦୋଳନ ପାଇଁ ଅଭିଯାନ ଆରମ୍ଭ କରି ଭାରତର ଆତଙ୍କବାଦୀ ତାଲିକାରେ ରହିଥିଲା । ୟାସିନ ଜେକେଏଲଏଫ୍‌ ର ଆଗୁଆ ନେତା ଥିବା ବେଳେ ପ୍ରାୟ ୧୫ ବର୍ଷ ତଳେ ୟାସିନ ରାଜନୀତି କରିବା ପାଇଁ ପାକିସ୍ତାନ ଯାଇଥିଲା ।

ସେଠାରେ ଜଣେ ଝିଅକୁ ପ୍ରେମ କରି ବସିଥିଲା । ପାକିସ୍ତାନର ସେହି ଝିଅ ଥିଲା ମୁଶଲ୍‌ ହୁସେନ । ବୟସରେ ମୁଶଲ ୟାସିନ ଠାରୁ ୨୦ ବର୍ଷ ସାନ । ମୁଶଲ ପାକିସ୍ତାନର ଏକ ରାଜନୈତିକ ପରିବାରରୁ ଆସିଥିବା ବେଳେ ଲଣ୍ଡନରେ ବଢ଼ିବା ସହ ପାଠ ପଢ଼ା ସମାପ୍ତ କରିଛି ।

ମୁଶଲର ମା’ ରେହେନା ପାକିସ୍ତାନ ମୁସଲିମ ଲିଗ୍‌ (ନବାଜ) ମହିଳା ଓ୍ଵିଙ୍ଗର ମହାସଚିବ ଥିଲେ । ୟାସିନ ଓ ମୁଶଲର ପ୍ରେମ ବିବାହ ହୋଇଥିଲା । ସେତେବେଳେ ଉଭୟଙ୍କ ବିବାହକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.