ବାଲେଶ୍ୱର: ଜଳେଶ୍ୱର ସାର୍ଥା ଗାଁରୁ ବ୍ରାଉନସୁଗର ବେପାରୀ ଗିରଫ, ବନ୍ଧୁକ ଜବତ
![brown sugar news](https://knewsodisha.com/wp-content/uploads/2021/09/brown-sugar-news.jpg)
ଜଳେଶ୍ୱର(କେ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସାର୍ଥା ଗାଁରୁ ବ୍ରାଉନସୁଗର ବେପାରୀ ଗିରଫ । ଏହା ସହ ଏକ ଚୋରା ବନ୍ଧୁକ ଜବତ । ଗିରଫ ଅଭିଯୁକ୍ତ ହେଲେ ସୁନୀଲ ଗୌଡ । ସୁନୀଲ ଗାଁ ଭିତରେ ପଶି ଲୋକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରୁଥିବାବେଳେ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଖବର ପାଇ ସାର୍ଥା ଫାଣ୍ଡି ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି ।