ପାରାଦୀପ ତୈଳ ଟର୍ମିନାଲ୍ ଡିପୋରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
ପାରାଦୀପ(କେ ନ୍ୟୁଜ): ତୈଳ ଟର୍ମିନାଲ୍ ଡିପୋରେ ଅଗ୍ନିକାଣ୍ଡ । ପାରାଦୀପ ବାଉରିଆପାଳନ୍ଦା ବସ୍ତି ନିକଟରେ ଥିବା ଆଇଓସିଏଲ ଟର୍ମିନାଲ୍ ଡିପୋରେ ନିଆଁ ଲାଗିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ଅଗ୍ନିକାଣ୍ଡରେ କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି। ନିଆଁ କିପରି ଲାଗିଲା କାରଣ ଅସ୍ପଷ୍ଟ ରହିଛି। ଅଗ୍ନିକାଣ୍ଡ ପରେ ଚାରିଆଡ ଧୂଆଁ ମୟ ହୋଇଯାଇଛି।