ମାନସିକ ଚିନ୍ତା ଦୂର କରିବ ଡାର୍କ ଚକୋଲେଟ୍ ସ୍ମୁଦି, ୫ ମିନିଟ୍ରେ ଏମିତି କରନ୍ତୁ ପ୍ରସ୍ତୁତ
ଛୋଟ ପିଲାମାନେ ଚକୋଲେଟ୍ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି। ଖାସ୍ କରି କିଛି ପିଲାଙ୍କୁ ଡାର୍କ ଚକୋଲେଟ୍ ଖୁବ୍ ଭଲ ଲାଗେ। ଏକ୍ସପର୍ଟଙ୍କ ମୁତାବକ, ଡାର୍କ ଚକୋଲେଟ୍ରେ ପୋଟାସିୟମ୍, ଜିଙ୍କ, ସେଲେନିୟମ୍, ଆଇରନ୍ ଓ ଫସ୍ଫରସ୍ ଆଦି ପ୍ରଚୁର ପରିମାଣରେ ରହିଥାଏ। ଏହା ମାନସିକ ଚିନ୍ତା ଦୂର କରିବାରେ ମଧ୍ୟ ସାହାଯ୍ୟ କରେ। ତେବେ ଯଦି ଆପଣଙ୍କୁ ଡାର୍କ ଚକୋଲେଟ୍ର ସ୍ୱାଦ ପସନ୍ଦ ନୁହେଁ ତେବେ ଆପଣ ଏହାକୁ ସ୍ମୁଦି ଭାବେ ତିଆରି କରି ମଧ୍ୟ ପିଇପାରିବେ। ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ…
ଆବଶ୍ୟକୀୟ ଉପକରଣ:
୬-୮ କ୍ୟୁବ୍ ଡାର୍କ ଚକୋଲେଟ୍
୧ ବଡ଼ ଚାମଚ କୋକୋଆ ପାଉଡର
ଅଧ ଲିଟର କ୍ଷୀର
୨ ଛୋଟ ଚାମଚ ମହୁ
୪-୬ ବରଫ ଖଣ୍ଡ
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଗ୍ରାଣ୍ଡିଂ ଜାରରେ ଚକୋଲେଟ୍, କୋକୋଆ, କ୍ଷୀର ଓ ବରଫ ଖଣ୍ଡକୁ ଗ୍ରାଇଣ୍ଡିଂ କରିନିଅନ୍ତୁ। ଏବେ ଏହି ସ୍ମୁଦିକୁ ଗ୍ଲାସ୍କୁ କାଢ଼ି ସେଥିରେ ମହୁ ମିଶାନ୍ତୁ। ଏବେ ଏହାକୁ ଚାମଚରେ ଗୋଳାଇ ଦେଇ ଉପରେ ବରଫ ଖଣ୍ଡ ପକାଇ ସର୍ଭ କରନ୍ତୁ ଡାର୍କ ଚକୋଲେଟ୍ ସ୍ମୁଦି। ଆପଣ ଚାହିଁଲେ ଉପରେ କିଛି ଚକୋଲେଟ୍ ପାଉଡର ବି ପକାଇ ସଜାଇ ପାରିବେ।