Below header

ମିଆଁମାରରୁ ଲମ୍ବିଛି ଜଳେଶ୍ବର ଯାଏଁ : ଥମୁନି ଧଳା ଜହର ବେପାର, ପୋଲିସ କରିବ ନୂଆ କୌଶଳ

ଭୁବନେଶ୍ବର (କେନ୍ୟୂଜ୍) : ରାଜଧାନୀରୁ ବାରମ୍ବାର ଜବତ ହେଉଛି ଧଳା ଜହର । ଗିରଫ ହେଉଛନ୍ତି ନିଶା ବେପରୀ । ହେଲେ ଏହି ବ୍ୟବସାୟର ମାଷ୍ଟରମାଇଣ୍ଡକୁ ଧରିବାରେ ସକ୍ଷମ ହେଉନି ପୋଲିସ । ଆଉ ଏବେ ମୁଖ୍ୟଙ୍କୁ ଧରିବାକୁ ପ୍ରସ୍ତୁତ ହୋଇଛି ବ୍ଲ୍ୟୁପ୍ରିଣ୍ଟ । କ୍ରାଇମବ୍ରାଞ୍ଚ ଏସଟିଏଫ୍ ଓ ଏନସିବି ସହ ଆଲୋଚନା କରାଯାଇଛି । ମିଳିତ ସହଯୋଗରେ ଏହି ବ୍ୟବସାୟକୁ ରୋକିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ମିଆଁମାରରୁ ବାଂଲାଦେଶ ଦେଇ ଜଳେଶ୍ୱରକୁ ଆସୁଛି ବ୍ରାଉନସୁଗାର । ପରେ ଖୋର୍ଦ୍ଧାରୁ ବିଭିନ୍ନ ଜିଲ୍ଲାକୁ ସପ୍ଲାଏ ହେଉଛି । ଗତ ୨୪ଘଣ୍ଟାରେ କମିଶନରେଟ ପୋଲିସର ସ୍ପେସାଲ ଡ୍ରାଇଭରେ ଗିରଫ ହୋଇଛନ୍ତି ୨୨ଜଣ ବେପାରୀ । ଜବତ ହୋଇଛି ୧୨୨ଗ୍ରାମର ଧଳା ଜହର ଓ ୭୬ ହଜାର ଟଙ୍କା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.