Below header

ମହଙ୍ଗା ପଡିଲା ମହିଳାଙ୍କୁ ଦୁର୍ବ୍ୟବହାର, ଗିରଫ ହେଲେ ପୂର୍ବତନ ମନ୍ତ୍ରୀଙ୍କ ପୁଅ 

ବାଲେଶ୍ବର (କେନ୍ୟୁଜ୍) : ମହିଳାଙ୍କୁ ଦୁର୍ବ୍ୟବହାର ମାମଲାରେ ବେଣୁ ମାଧବ ପଣ୍ଡା ଗିରଫ । ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡାଙ୍କ ପୁଅ ହେଉଛନ୍ତି ବେଣୁ ମାଧବ ପଣ୍ଡା । ଗତ ଗୁରୁବାର ବନିତା ପଣ୍ଡା ନାମକ ଜଣେ ମହିଳାଙ୍କୁ ଅଶାଳୀନ ବ୍ୟବହାର ଓ ଦୁଷ୍କର୍ମ ଉଦ୍ୟମ ହୋଇଥିବା ନେଇ ସିମୁଳିଆ ଥାନାରେ ଅଭିଯୋଗ ହୋଇଥିଲା । ଏହାପରେ ପୋଲିସ ପୂର୍ବତନ ମନ୍ତ୍ରୀଙ୍କ ପୁଅ ଓ କିଛି ଯୁବକଙ୍କ ନାଁରେ ମାମଲା ରୁଜୁ କରିଥିଲା ।

ଅନ୍ୟପଟେ ଗିରଫଦାରୀ ପଛରେ ବିବାହ ଶୋଭାଯାତ୍ରାରେ ଘଟିଥିବା ଗଣ୍ଡଗୋଳ ମୁଖ୍ୟ କାରଣ ବୋଲି କୁହାଯାଉଛି। ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଥିଲା । ଗୋଟିଏ ପକ୍ଷର ଅଭିଯୋଗ କ୍ରମେ ସିମୁଳିଆ ପୋଲିସ ଲକ୍ଷ୍ମୀକାନ୍ତ ପଣ୍ଡା ଓ ହେମନ୍ତ ପଣ୍ଡାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହାପରେ ଲକ୍ଷ୍ମୀକାନ୍ତଙ୍କ ପତ୍ନୀ ବନିତା ପଣ୍ଡାଙ୍କ ଅଭିଯୋଗ କ୍ରମେ ବେଣୁମାଧବଙ୍କୁ ଗିରଫ କରିଥିଲା ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.