ଇଂଲଣ୍ଡରେ ଅଟକି ରହିଛି ମେନ୍‌ ଇନ୍‌ ବ୍ଲୁ , ମିଳୁନି ଫ୍ଲାଇଟ୍‌ ଟିକେଟ୍‌

ଇଂଲଣ୍ଡରେ ଅଟକି ରହିଛି ଟିମ୍‌ ଇଣ୍ଡିଆ। ଫେରିବା ପାଇଁ ଟିକେଟ ବ୍ୟବସ୍ଥା କରି ପାରିନି ବିସିସିଆଇ। ନ୍ୟୁଜିଲାଣ୍ଡଠାରୁ ସେମି ଲଢ଼େଇରେ ହାରିବା ପରେ ଅଯଥାରେ ଚାରି ଦିନ ହେଲାଣି ମଞ୍ଚେଷ୍ଟରରେ ଖେଳାଳି ଓ ଅଫିସିଆଲ ରହିଛନ୍ତି। ସେପଟେ ଆଇପିଏଲ୍‌ ପ୍ଲେ ଅଫ୍‌ ଷ୍ଟାଇଲରେ ବିଶ୍ୱକପ୍‌ ନକ୍‌ ଆଉଟ୍‌ ପର‌୍ୟ୍ୟାୟ କରିବା ସପକ୍ଷରେ ମତ ରଖିଛନ୍ତି ବିରାଟ କୋହଲି।

ବିଶ୍ୱକପ୍‌ର ସେମିଫାଇନାଲ୍‌ ଲଢ଼େଇରୁ ବିଦା ହେଲା ଟିମ୍‌ ଇଣ୍ଡିଆ। ଫେରି ପାରୁନି ଭାରତ। ମିଳୁନି ଫ୍ଲାଇଟ୍‌ ଟିକେଟ୍‌। ଇଂଲଣ୍ଡରେ ଅଟକି ରହିଛି ମେନ୍‌ ଇନ୍‌ ବ୍ଲୁ। କୁହାଯାଉଛି ବିଶ୍ୱକପ୍‌ ସରିବା ପରେ ଟିମ୍‌, ଅଫିସିଆଲ୍‌ ଓ ଖେଳାଳିଙ୍କ ପରିବାର ଲୋକ ମୁମ୍ବାଇ ଫେରିବେ। ଗତ ୯ ତାରିଖରେ ପ୍ରଥମ ସେମି ଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ୧୮ ରନରେ ପରାସ୍ତ ହୋଇଥିଲା ଟିମ୍‌ ଇଣ୍ଡିଆ। ଟିକେଟ ମିଳୁ ନଥିବାରୁ ଚାରି ଦିନ ହେଲାଣି ସମସ୍ତେ ମଞ୍ଚେଷ୍ଟରରେ ରହିଛନ୍ତି। ରବିବାର ପର୍ଯ୍ୟନ୍ତ ରହିବେ। ଖେଳାଳିଙ୍କୁ ରିଟର୍ଣ୍ଣ ଟିକେଟ ଯୋଗାଇ ଦେଇ ପାରିନି ବିସିସିଆଇ। ୧୪ ତାରିଖ ଦିନ କିମ୍ବା ତାପର ଦିନ ସ୍ୱଦେଶ ଫେରିବ ଟିମ୍‌ ଇଣ୍ଡିଆ।
ବିଶ୍ୱକପ୍‌ ଲିଗ୍‌ ପର୍ଯ୍ୟାୟରେ ଟପ୍‌ ପୋଜିସନ୍‌ ହାତେଇଥିବା ଟିମ୍‌ ଇଣ୍ଡିଆ ନକ୍‌ ଆଉଟ୍‌ରୁ ଆଉଟ୍‌ ହୋଇଗଲା। ଧୂଳିସାତ ହୋଇଗଲା ତୃତୀୟ ବିଶ୍ୱକପ୍‌ ଆଶା। ଭବିଷ୍ୟତରେ ବିଶ୍ୱକପ୍‌ ନକ୍‌ ଆଉଟ୍‌ ପର୍ଯ୍ୟାୟ ଆଇପିଏଲ୍‌ ପ୍ଲେ ଅଫ୍‌ ଶୈଳୀରେ କରିବା ସପକ୍ଷପରେ ମତ ରଖିଛନ୍ତି ବିରାଟ କୋହଲି। ସାମ୍ବାଦିକଙ୍କ ପ୍ରଶ୍ନରେ କୋହଲି କହିଥିଲେ ପଏଣ୍ଟ ତାଲିକାର ଶୀର୍ଷରେ ରହିଲେ ଯଦି କିଛି ଗୁରୁତ୍ୱ ରଖୁଛି, ତେବେ ଭବିଷ୍ୟତରେ ଏଦିଗରେ ଆଇସିସି ଚିନ୍ତା କରିବା ଦରକାର। କାରଣ ଆଇପିଏଲ୍‌ ପ୍ଲେ ଅଫ୍‌ ପଏଣ୍ଟ ତାଲିକାରେ ଥିବା ଶୀର୍ଷ ଟିମ୍‌କୁ ଫାଇନାଲ୍‌ ଖେଳିବା ପାଇଁ ଦୁଇଟି ସୁଯୋଗ ଦେଇଥାଏ।ବିଶ୍ୱକପ୍‌ ସେମି ଫାଇନାଲରେ ଭାରତ ପରାଜୟର ପୋଷ୍ଟମର୍ଟମ ଚାଲିଛି। ଅନେକ କଥା ଉଠୁଛି। ଚର୍ଚ୍ଚା ବି ହେଉଛି କାହିଁକି ହାରିଲା ଟାଇଟଲ୍‌ ଫେଭରିଟ୍‌ ଟିମ୍‌ ଇଣ୍ଡିଆ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.