Below header

ବାରିପଦା ହରିବଳଦେବଜୀଉଙ୍କ ସୁନାବେଶ

ବାରିପଦାରେ ଶ୍ରୀ ହରିବଳଦେବ ଜୀଉଙ୍କର ସୁନାବେଶ ଅନୁଷ୍ଠିତ । ପରମ୍ପରା ଅନୁଯାୟୀ ମାଉସୀମା ମନ୍ଦିରରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବା ପରେ ଗୋଟି ପହଣ୍ଡିରେ ରଥାରୁଢ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଗାମୀ ଦୁଇ ଦିନ ଧରି ବାହୁଡ଼ାଯାତ୍ରା ପାଇଁ ରଥଟଣା ହେବ । ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ପାଇଁ ହଜାର ହଜାର ଭକ୍ତ ସମାଗମ ହୋଇଛି । ଭକ୍ତଙ୍କ ସମାଗମକୁ ଲକ୍ଷ କରି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ମାଉସୀମା ମନ୍ଦିରରେ ୨ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବା ସହ ଭିଡ ନିୟନ୍ତ୍ରଣ ପାଇଁ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହିଛନ୍ତିି । ଭକ୍ତଙ୍କ ପାଇଁ ମନ୍ଦିର ପରିସରରେ ଖେଚୁଡ଼ି ଭୋଗର ଆୟୋଜନ ହୋଇଛି । ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ କରି ଆତ୍ମତୃପ୍ତି ଲାଭ କରିଛନ୍ତି ଶ୍ରଦ୍ଧାଳୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.