ଭୁବନେଶ୍ୱର : ଘର ଭିତରେ ରଥ ଯାତ୍ରା, କୁନି ରଥରେ ବସିଛନ୍ତି ବଡ଼ ଠାକୁର

ଘର ଭିତରେ ରଥଯାତ୍ରା । କଥାଟା ଶୁଣିବାକୁ ହୁଏତ ଟିକିଏ ଖଟକା ଲାଗୁଥିବ । ହେଲେ ଏହା ସତ । ଜଣେ ୨୨ ବର୍ଷୀୟ ଯୁବକ ନିଜ ଘରେ ରଥଯାତ୍ରା କରିଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ୱର ସହିଦ ନଗର ଅଞ୍ଚଳରେ । ଯୁବକ ଜଣଙ୍କ ହେଲେ ସ୍ୱସ୍ତିକ ବରାଳ । ନିଜ ହାତରେ କାଠରେ ୩ଟି ରଥ ତିଆରି କରିଛନ୍ତି ।

kuni ratha

ଘର ଭିତରେ ହିଁ ରହିଛି ମାଉସୀ ମା ମନ୍ଦିର । ୩ ରଥରେ ଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରା ଆସିଛନ୍ତି ମାଉସୀ ଘରକୁ । ଅଭିମାନୀ ମା’ ଲକ୍ଷ୍ମୀ ହେରାପଞ୍ଚମୀ ଦିନ ଜଗନ୍ନାଥଙ୍କ ରଥକାଠ ଭାଙ୍ଗିବାରୁ ମନ୍ଦିରକୁ ବାହୁଡିବା ଯାଏ ସବୁ କିଛି ରୀତିନୀତି ପାଳିତ ହୋଇଛି । ପରିବାର ଲୋକଙ୍କ ସହ ସାହିପଡ଼ିଶା ବି ରଥ ଟଣାରେ ସାମିଲ ହୁଅନ୍ତି । ବଡ ଦାଣ୍ଡରେ ଯେଭଳି ଭକ୍ତମାନେ ରଥ ଟାଣନ୍ତି, ଏଠି ବି ଠିକ ସେହିଭଳି ରଥଟଣା ହୁଏ ।

kuni ratha-3ସ୍ୱସ୍ତିକଙ୍କ ଜେଜେମା କୁହନ୍ତି, ପୂର୍ବରୁ ସେ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ପ୍ରତି ବର୍ଷ ପୁରୀକୁ ଯାଉଥିଲେ । ରଥ ମଧ୍ୟ ଟାଣୁଥିଲେ । ହେଲେ ଏବେ ବୟସ ହୋଇଗଲାଣି । ଆଉ ପାରୁ ନାହାନ୍ତି । ତେଣୁ ନାତି ଟୋକା କରିଥିବା ରଥକୁ ଘର ଭିତରେ ଟାଣେ । ଏଥିରେ ମଧ୍ୟ ତାଙ୍କୁ ଖୁବ୍‌ ଆନନ୍ଦ ଓ ଶାନ୍ତି ମିଳେ ଏବଂ ସେ ବହୁତ ଖୁସି ବୋଲି କହିଛନ୍ତି।

ଭୁବନେଶ୍ୱରରୁ ଶୁଭ୍ରାଂଶୁ ଶତପଥୀ, କେ ନିଉଜ ଓଡିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.