ଦେଢ଼ ବର୍ଷ ପରେ ପୁଣି ଗଭୀର ହେଲା ଶ୍ରୀଦେବୀଙ୍କ ମୃତ୍ୟୁ ରହସ୍ୟ, କେରଳର ଡିଜିପି ଦେଲେ ଏଭଳି ବୟାନ୍‌

୨୦୧୮ ଫେବ୍ରୁଆରୀ ୨୪। ଏହିଦିନ ଆଖି ବୁଜିଥିଲେ ବଲିଉଡ୍‌ ସୁପରଷ୍ଟାର ଶ୍ରୀଦେବୀ। ସେତେବେଳେ ତାଙ୍କ ମୃତ୍ୟୁ ଖବରକୁ କେହି ସହଜରେ ଗ୍ରହଣ କରିପାରୁ ନ ଥିଲେ।

sri sri
ଖବର ଆସିଥିଲା ଯେ ବାଥ୍‌ଟବ୍‌ରେ ବୁଡ଼ି ଯିବାରୁ ଶ୍ରୀଦେବୀଙ୍କ ମ୍‌ତ୍ୟୁ ଘଟିଥିଲା। ନା ଏହା କେବଳ ତାଙ୍କ ପ୍ରଶଂସକଙ୍କ ହୃଦୟ ଭାଙ୍ଗିଥିଲା, ବରଂ ପୂରା ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଥିଲା।

ଏବେ ଏହି ଅଭିନେତ୍ରୀଙ୍କ ମୃତ୍ୟୁ ଘଟଣାକୁ ପ୍ରାୟ ଦେଢ଼ ବର୍ଷରୁ ଅଧିକ ସମୟ ବିତିଯାଇଛି। ତଥାପି ଘଟଣାଟି ରହସ୍ୟାବୃତ୍ତ ହୋଇ ରହିଛି। ଏଭଳି ସ୍ଥିତିରେ କେରଳର ଡିଜିପି ରିଷିରାଜ ସିଂ ଘଟଣା ଉପରୁ ପରଦା ହଟାଇବାକୁ ଯାଇ ଏକ ବଡ଼ ରହସ୍ୟ ଖୋଲିଛନ୍ତି।

boni srideviସେ ଦାବି କରିଛନ୍ତି ଯେ ଶ୍ରୀଦେବୀଙ୍କ ମ୍‌ତ୍ୟୁ କୌଣସି ବାଥ୍‌ଟବ୍‌ରେ ବୁଡ଼ି ହୋଇ ନାହିଁ, ବରଂ ତାଙ୍କୁ ହତ୍ୟା କରାଯାଇଛି। କେରଳର ଏକ ଦୈନିକ ଖବରକାଗଜରେ ସେ ଏହି କଥା ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ତାଙ୍କର ଜଣେ ସାଙ୍ଗ ଉମାଦାଥନ୍, ଯିଏ କି ଫରେନସିକ୍ ଡାକ୍ତର ଥିଲେ, ସେ ଏବେ ଏହି ଦୁନିଆରେ ନାହାନ୍ତି। ସେ ବଞ୍ଚିଥିଲେ ଏହି ଘଟଣାର ପ୍ରକୃତ ସତ୍ୟ ପଦାକୁ ଆଣି ଥାଆନ୍ତେ।

ଡିଜିପି ଆହୁରି ମଧ୍ୟ କହିଛନ୍ତି ଯେ, ଉମାଦାଥନ୍ ଓ ତାଙ୍କ ଭିତରେ କଥାବାର୍ତ୍ତା ବେଳେ ସେ ତାଙ୍କୁ କହିଥିଲେ ଯେ ଶ୍ରୀଦେବୀଙ୍କ ମୃତ୍ୟୁ କୌଣସି ଦୁର୍ଘଟଣା ନୁହେଁ। ତାଙ୍କୁ ପାଣିରେ ବୁଡ଼ାଇ ମାରି ଦିଆଯାଇଛି।

ସେ ଏହା ମଧ୍ୟ ଦାବି କରି କହିଛନ୍ତି, ଜଣେ ବ୍ୟକ୍ତି ଯେତେ ବି ମଦ ପିଇଥାଉ ନା କାହିଁକି କେବେ ବି ୧ ଫୁଟ ଗଭୀର ପାଣିରେ ବୁଡ଼ିଯାଇ ପାରିବ ନାହିଁ। ବାଥ୍‌ଟବ୍‌ରେ ଜଣଙ୍କ ମ୍‌ତ୍ୟୁ ଘଟିବ, ଯେତେବେଳେ କେହି ତାଙ୍କ ଦୁଇ ଗୋଡ଼କୁ ଧରି ଜୋର୍ ଜବରଦସ୍ତ ବୁଡ଼ାଇ ମାରିଦେବ।

stylish sriତେବେ ଏହି ମାମଲାରେ ସତ୍ୟତା କ’ଣ ରହିଛି, ସେ କଥାର ରହସ୍ୟ ଆଉ ଲୋକ ଲୋଚନକୁ ଆସିବବା ସ୍ଥିତିରେ ନାହିଁ । ତଥାପି ଡିଜିପିଙ୍କ ବୟାନ୍‌ ପରେ ଶ୍ରୀଦେବୀ ମୃତ୍ୟୁ ରହସ୍ୟ ଏବେ ଦେଢ଼ ବର୍ଷ ପୁଣି ଥରେ ଗଭୀର ହୋଇଛି। ଆମେ ଏହି ରିପୋର୍ଟରେ ଆପଣଙ୍କୁ ଶ୍ରୀଦେବୀଙ୍କ ମୃତ୍ୟୁ ପୂର୍ବର ଶେଷ ୫ ଫଟୋ ଦେଖାଇଛୁ।

bonyଅନ୍ଯପଟେ ଅଭିନେତ୍ରୀଙ୍କ ସ୍ବାମୀ ତଥା ଫିଲ୍ମ ନିର୍ମାତା ବୋନି କପୁର ଏନେଇ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି କି, ଏପରି ଫାଲତୁ କଥାକୁ ନେଇ ମୁଁ ପ୍ରତିକ୍ରିୟା ଦେବାକୁ ଚାହୁଁନି । ମୋତେ ଲାଗୁଛି କି ମୋତେ କୌଣସି ପ୍ରତିକ୍ରିୟା ଦେବାର ଆବଶ୍ଯକତା ହିଁ ନାହିଁ । କାହିଁକି ନା ଏପରି ଜୀବନରେ ଆସିଥାଏ । ସେ ଆଉ ମଧ୍ଯ କହିଛନ୍ତି କି, ଏହି ପ୍ରକାରର କଥା ଜଣଙ୍କର କଳ୍ପନା ସହିତ ଜଡିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.