Below header

ଦେଶର ସୁରକ୍ଷା ତଥ୍ୟ ବିଦେଶୀ ମହିଳାଙ୍କୁ ଦେଉଥିଲେ ଏହି ଦେଶଦ୍ରୋହୀ ଯବାନ, ପୋଲିସ କଲା ଗିରଫ

କିଛି ଦିନ ତଳେ ପୁଲୱାମାରେ ଯେଉଁଭଳି ଆତଙ୍କବଦୀଙ୍କ ଗୋଳାବାରୁଦରେ ଟଳି ପଡିଥିଲେ ୪୦ ବୀର ଜବାନ, ସେଥିପାଇଁ  ସରାଦେଶ କାନ୍ଦିଥିଲା ଆଉ ସେନାର ବଳିଦାନକୁ ସମ୍ମାନ ଜଣାଇ ଭାରତର ଜାତୀୟ ପତକା ଅର୍ଦ୍ଧନମିତ ରହିଥିଲା। ହେଲେ ଏ ଘଟଣା କିଛି ମାସ ନବିତୁଣୁ  ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର। ଜଣେ ସେନାର ଯବାନ ସୋସିଆଲ ମିଡିଆରେ ଜଣେ ବିଦେଶୀ ମହିଳାଙ୍କୁ ସୁରକ୍ଷା ସମ୍ବନ୍ଧିତ ସବୁ ତଥ୍ୟ ଦେଉଥିବା  ଅଭିଯୋଗରେ  ନାରନୋଲ ଥାନ ଅଧିକାରୀ ତାଙ୍କୁ ଗିରଫ କରିଛି।

ହରିୟାନା ପୋଲିସର ପ୍ରବକ୍ତା ନରେଶ କୁମାରଙ୍କ କହିବା ମୁତାବକ ବସାଇ ଗାଁର ରବିନ୍ଦ୍ର ୨୦୧୭ ମସିହାରେ  ପଞ୍ଚମ କୁମାଓଁ ରେଜିମେଣ୍ଟରେ ସିପାହୀ ପଦରେ  ଭର୍ତ୍ତି ହୋଇଥିଲେ । ରବିନ୍ଦ୍ରଙ୍କର ୨୦୧୮ରେ ପଞ୍ଜାବର ଅମ୍‌ତସରରେ ପୋଷ୍ଟିଙ୍ଗ ହୋଇଥିଲା।ଏହା ପରୋ ଯବାନ ଜଣଙ୍କର ଫେସବୁକରେ ଜଣେ ଅଚିହ୍ନା ବିଦେଶୀ ମହିଳାଙ୍କ  ସହ ବନ୍ଧୁତ୍ବ  ଗଢି ଉଠିଥିଲା। ପ୍ରଥମ ଦିନ ଚାଟିଙ୍ଗରେ ବିଦେଶୀନ ଜଣକ ରବିନ୍ଦ୍ର ଜଣେ ସେନାର ଯବାନ ବୋଲି ଜାଣିବାକୁ ପାଇଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ ଭିଡିଓ କଲିଙ୍ଗ ମାଧ୍ୟମରେ କଥବାର୍ତ୍ତା ଆରମ୍ଭ ହେବାକୁ ଲାଗିଲା।

ସମ୍ବେଦନଶୀଳ ଯାଗାର ସୂଚନା ମଧ୍ୟ ଦେଉଥିଲେ ଯବାନ

ପୋଲିସ ମୁଖପାତ୍ରଙ୍କ କହିବା ମୁତାବକ ୨୦୧୮ରେ ବିଦେଶୀ ମହିଳା ଜଣକ ୟୁନିଟ ଲୋକେସନ ଓ ସେନାର ବ୍ୟବହାର ହେଉଥିବା ରାଇଫଲ ବିଷୟରେ ଯବାନଙ୍କୁ ତଥ୍ୟ ମାଗିଥିଲେ। ରବିନ୍ଦ୍ର ତାଙ୍କୁ ଇଣ୍ଟରନେଟରୁ ରଇଫଲର ଫଟୋ ଅପଲୋଡ କରି  ଦେଇଥିଲେ। ଯେତେବେଳେ ସେନାର ଯବାନ ମାନେ ଏକାଠି ହୋଇ ଅମୃତସର ଠାରୁ ଅରୁଣାଞ୍ଚଳ ପ୍ରଦେଶ ଯାଇଥିଲେ ସେତେବେଳେ ତାହାର ଖବର ରବିନ୍ଦ୍ର ସେହି ବିଦେଶିନୀଙ୍କୁ ଦେଇଥିଲେ।

ଡିସେମ୍ବର ୨୦୧୮ରେ ମହିଳା ଜଣକ ଯବାନଙ୍କ  ଆକାଉଣ୍ଟକୁ ୫ ହଜାର ଟଙ୍କା ପଠାଇ କହିଥିଲେ କିଛି ନିଜ ପାଇଁ ଜିନିଷ କିଣାକିଣି କରିଦେବ। ଅଭିଯୁକ୍ତ ଯବାନ ବାରମ୍ବାର ଦେଶ ମଧ୍ୟରେ ଓ ବାହାରେ ଥିବା ସମ୍ବେଦନଶୀଳ ଜାଗାର ସୂଚନା  ସେହି ମହିଳାଙ୍କୁ  ଦେଇ ଆସୁଥିଲେ।  ସୁତ୍ର ଅନୁସାରେ ଯେତେବେଳେ ଏହାର ସୂଚନା ଗୁଇନ୍ଦା ବିଭାଗକୁ  ଜଣା ପଡିଥିଲା ସେତେବେଳେ ଗୁଇନ୍ଦା ବିଭାଗ ପୋଲିସକୁ ଏହାର ଖବର ଦେଇଥିଲା।

ଛୁଟିରେ ଆସିଥିବା ବେଳେ ପୋଲିସ କଲା ଗିରଫ

୮ ଜୁଲାଇ ଯବାନ ରବିନ୍ଦ୍ର ପାଞ୍ଚଦିନ ପାଇଁ ଘରକୁ ଛୁଟିରେ ଆସିଥଲେ ଓ ରେଲୱେ ଷ୍ଟେସନ ନିକଟରେ ଓହ୍ଲାଇ ଚା ଦୋକାନରେ ଚା’ ପିଉଥିଲେ। ଏହି ସମୟରେ ନାରନୋଲ ପୋଲିସ ସେହିଠାରେ ତାଙ୍କୁ ଗିରଫ କରିଥିଲା। ଗିରଫ କରିବା ପାଇଁ ଏସପି ଚନ୍ଦ୍ରମୋହନ ଥାନା ଅଧିକାରୀଙ୍କୁ ଆଦେଶ ଦେଇଥିଲେ।

 

ଯାଞ୍ଚରେ ସାଇବାର ସେଲର ନିଆଯାଉଛି ସାହାଯ୍ୟ

ରିମାଣ୍ଡରେ ନେଇ ପୋଲିସ ଜଣିବାକୁ ଚେଷ୍ଟା କରୁଛି ଏହି ଗୋଷ୍ଠିରେ କିଏ କିଏ ସାମିଲ ଅଛନ୍ତି, କାହାକୁ ଏହି ତଥ୍ୟ ସବୁ ଦିଆଯାଇଛି। ମାମଲାର ଯାଞ୍ଚ ପାଇଁ ସାଇବର ସେଲର ସାହାଯ୍ୟ ଲୋଡା ଯାଇଛି। ଯବାନ ଜଣକ ଅଲଗା ଅଲଗା ନମ୍ବରରେ ହ୍ବାର୍ଟସଆପ ବ୍ୟବହାର କରୁଥଲେ। ପ୍ରାରମ୍ଭିକ ଯାଞ୍ଚରେ ମହିଳା ଜଣକ କେଉଁ ଦେଶର ବୋଲି ଜଣା ପଡିନାହିଁ।

ବିଦେଶୀ ମହିଳାଙ୍କୁ ଯବାନ ମାନଙ୍କ ଗୁଇନ୍ଦା ତଥ୍ୟ ଦେଉଥିବା ଅଭିଯୋଗରେ ଯବାନ ରବିନ୍ଦ୍ରଙ୍କୁ ଗିରଫ କରାଯାଇଛି। ତାଙ୍କ ଉପରେ ଆଇପିସିର ଧାରା, ଅଫିସିୟାଲ ସିକେଟ୍ର ଓ ଶସ୍ତ୍ର ଅଧିନିୟମ ଅଧିନରେ ମକଦମା ରୁଜୁ କରାଯାଇଛି। ପୋଲିସ ଅଭିଯୁକ୍ତ ଯବାନଙ୍କୁ ଗୁରୁବାର ଦିନ କୋର୍ଟରେ ହାଜର କରି  ରିମାଣ୍ଡରେ ନେଇଛି। ଯବାନ ଜଣଙ୍କର ପାକିସ୍ତାନ ସହ ସମ୍ପର୍କ ରହିଥିବାର ପୋଲିସ ଏସପି ଚନ୍ଦ୍ରମୋହନଙ୍କ  ସନ୍ଦେହ ହେଉଛି।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.