HDFC ର ଗ୍ରାହକ ୮ଘଣ୍ଟା ପର୍ଯ୍ୟନ୍ତ କରିପାରିବେନି ATM କାର୍ଡର ବ୍ୟବହାର, ଜାଣନ୍ତୁ କାହିଁକି?

ପ୍ରାଇଭେଟ ସେକ୍ଟରର ସବୁଠାରୁ ବଡ଼ ବ୍ୟାଙ୍କ HDFC ନିଜ ଗ୍ରାହକ ମାନଙ୍କ ପାଇଁ ଏକ ସତର୍କ ସୂଚନା ଜାରିକରିଛି। ଏହି ଆଲର୍ଟ ଅନୁସାରେ HDFCର ଗ୍ରାହକ ମାନେ 8ଘଣ୍ଟା ପର୍ଯ୍ୟନ୍ତ ATM ଏବଂ କାର୍ଡର ବ୍ୟବହାର କରିପାରିବେ ନାହିଁ ।

ଏହି ଦିନରେ ବନ୍ଦରହିବ ATM

ବ୍ୟାଙ୍କ ନିଜର ATM ସଫ୍ଟୱୟାର ଅପଗ୍ରେଡ଼ କରିବା ପାଇଁ ରବିବାର ଦିନ ୧୨.୩୦ ଠୁ ରାତି ୮.୩୦ ପର୍ଯ୍ୟନ୍ତ ATM ଗୁଡିକ ବନ୍ଦ ରଖିବ ବୋଲି ନିଜର ଗ୍ରାହକ ମାନଙ୍କୁ ଇମେଲ ଏବଂ ଏସଏମଏସ ଦ୍ୱାରା ସୂଚନା ଦେଇଛି। ଯାହାଦ୍ୱାରା ଲୋକମାନେ ରବିବାର ଏକ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ନିଜର ଡେବିଟ କାର୍ଡ କିମ୍ବା ATM କୁ ବ୍ୟବହାର କରିପାରିବେ ନାହିଁ । 

RBI ସର୍କୁଲାର ବନାଇବାର କାରଣ

ବ୍ୟାଙ୍କର ଜଣେ ଅଧିକାରୀ ସୂଚନା ଦେଇଛନ୍ତି କି RBI ର EMV ଚିପକାର୍ଡ ଅଧିକ ମାତ୍ରାରେ ବ୍ୟବହାର କରାଯିବା ପାଇଁ ଜାରି କରାଯାଇଥିବା ସର୍କୁଲାର ଅନୁସରଣ କରାଯିବା ସହ ସଫ୍ଟୱୟାର ମଧ୍ୟ ଅପଗ୍ରେଡ଼ କରାଯାଉଛି ଏବଂ ଏଥିପାଇଁ ରାତି ସମୟ ବଛାଯାଇଛି ଯାହାଦ୍ୱାରା ଗ୍ରାହକ ମାନେ ଟିକେ କମ ସମସ୍ୟାର ସମୁଖୀନ ହେବେ ।

ଗ୍ରାହକ ମାନେ ହେବେନି ଅସୁବିଧାର ସମୁଖୀନ

ଅଧିକାରୀ ଜଣଙ୍କ କହିଛନ୍ତି ଯେ ବ୍ୟାଙ୍କ ନିଜର ନିୟମ ଗୁଡିକ ପାଳନ କରିବା ସଂଗେ ସଂଗେ ଗ୍ରାହକ ମାନଙ୍କ ସମସ୍ୟାର ମଧ୍ୟ ସମାଧାନ କରୁଛି।  ଏହି ଅପଗ୍ରେଡ଼ କରିବା ଦ୍ୱାରା ବ୍ୟାଙ୍କର ସମସ୍ତ ATM ଗୁଡିକ ସୁରକ୍ଷିତ ହୋଇଯିବା ସହ ଗ୍ରାହକ ମାନେ ହ୍ୟାକିଂ କିମ୍ବା କ୍ଲୋନିଙ୍ଗ ର ଶିକାରମଧ୍ୟ ହେବେନାହିଁ ସେଥିପାଇଁ ଏହି ଅପଗ୍ରେଡ଼ କରାଇବା ଜରୁରୀ ଅଟେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.