ମାଓ ପ୍ରବଣ ମାଲକାନଗିରିରେ ବିଏସଏଫ ଯବାନଙ୍କ ରକ୍ଷା ବନ୍ଧନ

ମାଲକାନଗିରି(କେନ୍ୟୁଜ୍): ମାଓ ପ୍ରବଣ ମାଲକାନଗିରିରେ ବିଏସଏଫ ଯବାନଙ୍କ ରକ୍ଷା ବନ୍ଧନ। ପାଖରେ ନାହିଁ ପରିବାର କି ନାହାନ୍ତି ଭଉଣୀ। ତଥାପି ହାତରେ ରହିଚି ରାକ୍ଷୀ। ପୋଷ୍ଟମ୍ୟାନ ଆଣି ଦେଇଥିବା ରାକ୍ଷୀକୁ ଯବାନମାନେ ପରସ୍ପର ହାତରେ ବାନ୍ଧି ମନାଇଛନ୍ତି ଖୁସି। ମାଓ ଦମନ ଅପରେସନ ବେଳେ ସାଥୀ ହୋଇ ଜୀବନ ମରଣ ସହ ଲଢିବା ପାଇଁ ସାହାସକୁ ଦ୍ୱିଗୁଣିତ କରିଛନ୍ତି।