ପାକିସ୍ତାନୀ କ୍ରୀକେଟର ସୋଏବ୍ ଅଖତରଙ୍କୁ ଟାର୍ଗେଟ କଲେ ଏହି ଅଭିନେତ୍ରୀ, ସୋସିଆଲ ମିଡିଆରେ ଦେଲେ ଏମିତି ଜବାବ୍

୧୪ ଅଗଷ୍ଟରେ ଭାରତକୁ ବଣ୍ଟାଯାଇ ପାକିସ୍ତାନ ନିର୍ମାଣ କରାଯାଇଥିଲା । ଏହି ଅବସରରେ ସୋସିଆଲ୍ ମିଡିଆରେ ବଲୋଚିସ୍ତାନକୁ ସ୍ବତନ୍ତ୍ର କରିବା ପାଇଁ ଦାବି ଲଗାତାର କରାଯାଉଛି । ଏହି ଦାବିକୁ ସମର୍ଥନ କରିଛନ୍ତି ଫିଲ୍ମ ଅଭିନେତ୍ରୀ ପାୟଲ ରୋହତଗୀ ଏବଂ ଫିଲ୍ମ ନିର୍ମାତା ଏବଂ ସମିକ୍ଷକ କମାଲ ରସିଦ୍ ଖାନ୍। ଅଭିନେତ୍ରୀ ପାୟଲ ରୋହତଗୀ ବଲୋଚିସ୍ତାନ ବିଷୟ ଉପରେ ସିଧା ପାକିସ୍ତାନର ପୂର୍ବ କ୍ରିକେଟର ସୋଏବ ଅଖତରଙ୍କୁ ଟାର୍ଗେଟ କରିଛନ୍ତି ।

payalସୂଚନା ଥାଉକି, ସୋଏବ ଅଖତର କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ କଶ୍ମୀରୀ ମାନଙ୍କୁ ହିଂସାତ୍ମକ କରିବା ଭଳି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯାହାକୁ ନେଇ ପାୟଲ ତାଙ୍କୁ କହିଛନ୍ତି କି ରାମ ରାମ ଜୀ, ଆପଣ ଯେଉଁ ବିଷୟରେ ଶିଖାଉଛନ୍ତି ତାହାକୁ ପାଳନ କରନ୍ତୁ। ବଲୋଚିସ୍ତାନକୁ ମୁକ୍ତ କରନ୍ତୁ । ବଲୋଚିସ୍ତାନ ଏକତା ଦିବସ ।

ଏହାପରେ ଫିଲ୍ମ ଅଭିନେତା କମାଲ ରସିଦ୍ ଖାନ୍ ମଧ୍ୟ କହିଛନ୍ତି କି, ପାକିସ୍ତାନକୁ ସ୍ବତନ୍ତ୍ରତା ଦିବସର ଶୁଭେଚ୍ଛା । ଦୟାକରି ଆତଙ୍କବାଦରୁ ମୁକ୍ତ ରୁହନ୍ତୁ ଏବଂ ବଲୋଚିସ୍ତାନକୁ ମୁକ୍ତ କରନ୍ତୁ ।

ସୂଚନା ଅନୁଯାୟୀ ବଲୋଚିସ୍ତାନ ବଣ୍ଟାଯିବା ସମୟରେ ପାକିସ୍ତାନ ଭାଗରେ ନଥିଲା । କିନ୍ତୁ ପାକିସ୍ତାନ ଆକ୍ରମଣ କରି ବଲୋଚିସ୍ତାନକୁ ଜବରଦସ୍ତ କବ୍ଜା କରିନେଇଥିଲା । ତେବେ ଏହାକୁ ନେଇ ଆଜି ଯାଏ ବଲୋଚିସ୍ତାନକୁ ସ୍ବାଧୀନ କରିବା ପାଇଁ ଲଢେଇ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.