Below header

ମାଲକାନଗିରି: ମାଓବାଦୀ ସନ୍ଦେହରେ ବିଏସ୍‌ଏଫ୍‌ ଯବାନଙ୍କୁ ପିଟି ପିଟି ହତ୍ୟା ଘଟଣା, ପାପରମେଟ୍‌ଲା ଥାନା ଅଞ୍ଚଳରେ ୧୪୪ଧାରା ଜାରି

ମାଲକାନଗିରି : ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ମାଓବାଦୀ ସନ୍ଦେହରେ ଜଣେ ବିଏସ୍‌ଏଫ୍‌ ଯବାନଙ୍କୁ ପିଟି ପିଟି ମାରି ଦେଇଥିବା ଅଭିଯୋଗରେ ପୁଣି ତାତିଲେ ଲୋକ। ପାପରମେଟ୍‌ଲା ଥାନା ଅଞ୍ଚଳରେ ଉତ୍ତେଜନା ଦେଖାଦେବା ସହ ୧୪୪ଧାରା ଜାରି କରାଯାଇଛି। ପାପରମେଟଲା ଓ ସ୍ୱାଭିମାନ ଅଞ୍ଚଳରେ ମେଳି କରିଛନ୍ତି ପ୍ରାୟ ୨ହଜାର ଆଦିବାସୀ। ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ମେଳି କରିଛନ୍ତି ଆଦିବାସୀ। ଉତ୍ତେଜନାକୁ ଦୃଷ୍ଟିରେ ରଖି ବ୍ୟାପକ ଫୋର୍ସ ମୁତୟନ କରାଯାିଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ଜନ୍ତାପାଇରେ ସାପ୍ତାହିକ ବଜାର ବନ୍ଦ କରାଯାଇଛି। ଯବାନଙ୍କ ମୃତଦେହ ମିଳିବା ପରେ ଉତ୍ତେଜନା ଲାଗିରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.