ଏଣିକି ଗୁଗୁଲ୍ ଆପ୍ରେ ଉପଲବ୍ଧ ହେବ ଓଡ଼ିଆ ଭାଷାର ଆପ୍ଲିକେସନ୍
ଏଣିକି ଗୁଗୁଲ୍ ଆପ୍ରେ ଉପଲବ୍ଧ ହେବ ଓଡ଼ିଆ ଭାଷାର ଆପ୍ଲିକେସନ୍ । ଓଡ଼ିଆରେ ଲେଖି ଏଣିକି ଗୁଗୁଲ୍ରେ ସର୍ଚ୍ଚ କରିହେବ । ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପରେ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ଭାଷାକୁ ଆଉ ଏକ ସ୍ୱୀକୃତି ମିଳିଛି । ଇଣ୍ଟରନେଟ୍ ବ୍ୟବହାର ଓ ବ୍ୟବହାରକାରୀଙ୍କ ସଂଖ୍ୟା ବଢିବା ସହିତ ଅଧିକ ସହଜ ଓ ସରଳ ହେଉଛି ଗୁଗୁଲ୍ । ଏହି ପରିପେକ୍ଷୀରେ ଓଡ଼ିଆ ଭାଷା ପାଇଁ ଗତକାଲି ଏକ ବଡ଼ ଘୋଷଣା କରାଯାଇଛି । ଗୁଗୁଲ୍ର ଲୋକପ୍ରିୟ ନ୍ୟୁଜ୍ ଫିଡ୍ ଆପ୍ଲିକେସନ୍ରେ ଓଡ଼ିଆ ଭାଷା ସ୍ଥାନ ପାଇବ । ଓଡ଼ିଆ ସହିତ ଉର୍ଦ୍ଦୁ ଏବଂ ପଞ୍ଜାବୀ ମଧ୍ୟ ଏହି ଆପ୍ଲିକେସନ୍ରେ ଉପଲବ୍ଧ ହେବ ।
ଏହାସହ ପଢନ୍ତୁ :
ନିଜର ୟୁଜର୍ସଙ୍କୁ ଏକ ନୂଆ ଉପହାର ଦେଲା ଫେସବୁକ୍, ଜାଣନ୍ତୁ ଏବେ କି ସୁବିଧା ପାଇବେ ଉପଭୋକ୍ତା