Below header

ଗଜପତି : ଋଣ ନଦେବାରୁ ଫାଇନାନ୍ସ କଂପାନୀ କର୍ମଚାରୀଙ୍କ ଠାରୁ ଡକାୟତି, ୫ଗିରଫ

ଗଜପତି : ଋଣ ନଦେବାରୁ ଫାଇନାନ୍ସ କଂପାନୀ କର୍ମଚାରୀଙ୍କ ଠାରୁ ଡକାୟତି। ଗଜପତି ଜିଲ୍ଲା ନୂଆଗଡ଼ ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଗତ ୧୭ ତାରିଖରେ ନୂଆଗଡ଼ ଅସୁରଘାଟି ଠାରେ ଭାରତ ଫାଇନାନ୍ସ କଂପାନୀ କର୍ମଚାରୀ ସୁରିୟାକାନ୍ତ ସେନାପତିଙ୍କ ଠାରୁ ୫ଜଣ ଡକାୟତ ଏକ ଲକ୍ଷ ୯୩ହଜାର ଟଙ୍କା ଲୁଟ କରିଥିଲେ। ଏହାର ତଦନ୍ତ କରି ଗଜପତି ପୋଲିସ ୫ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୨ଜଣ ନାବାଳକ ଅଛନ୍ତି। ଡକାୟତ ଗ୍ୟାଙ୍ଗର ଜଣେ ସଦସ୍ୟଙ୍କ ମାଙ୍କୁ ଫାଇନାନ୍‌ସ କଂପାନୀ ପକ୍ଷରୁ ଋଣ ନମିଳିବାରୁ ସେ ପ୍ରତିଶୋଧ ପରାୟଣ ହୋଇ ଏହି ଡକାୟତି ଘଟାଇଥିବା ଏସପି ସାରା ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.