ବାଙ୍କୀ: ରଗଡ଼ି ଅନ୍ତର୍ଗତ ବିଶ୍ୱନାଥ ଶ୍ରୀଚନ୍ଦନ ନୋଡାଲ ହାଇସ୍କୁଲ ଫାଟକରେ ତାଲା ପକାଇ ବର୍ଷାରେ ଛାତ୍ରଛାତ୍ରୀଙ୍କ ଧାରଣା

ବାଙ୍କୀ: ସ୍କୁଲ ଫାଟକରେ ତାଲା ପକାଇ ବର୍ଷାରେ ଛାତ୍ରଛାତ୍ରୀଙ୍କ ଧାରଣା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଙ୍କୀ ଡମପଡ଼ା ବ୍ଳକ ରଗଡ଼ି ଅନ୍ତର୍ଗତ ବିଶ୍ୱନାଥ ଶ୍ରୀଚନ୍ଦନ ନୋଡାଲ ହାଇସ୍କୁଲରେ । ସ୍କୁଲ ମିଶ୍ରଣ ପରେ ଗୋଟିଏ କ୍ୟାମ୍ପସରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢାଯାଉଥିବା ସ୍କୁଲକୁ ନୋଡାଲ ସ୍କୁଲ ଭାବେ ଗଠନ କରାଯାଇଛି । ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନବମ ଓ ଦଶମ ଶ୍ରେଣୀ ଶିକ୍ଷକମାନେ ପାଠ ପଢାଉନାହାନ୍ତି । ସହକାରୀ ଶିକ୍ଷକମାନେ ପ୍ରଧାନ ଶିକ୍ଷକଙ୍କ କଥା ମାନୁନଥିବା ଅଭିଯୋଗ ହୋଇଛି । ତେଣୁ ବାଧ୍ୟହୋଇ ପିଲାମାନେ ବର୍ଷାରେ ଭିଜି ଭିଜି ଗେଟରେ ତାଲା ପକାଇବା ସହ ଧାରଣା ଦେଇଥିଲେ । ଅନ୍ୟପଟେ ବାଙ୍କୀ ଗସ୍ତରେ ଆସିଥିବା କଟକ ଜିଲ୍ଲାପାଳ କହିଛନ୍ତି ତଦନ୍ତ କରାଯାଇ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯିବ ।

Leave A Reply

Your email address will not be published.