କେନ୍ଦୁଝର ଯୋଡ଼ା ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନପୁରରେ ଜେଏସ୍‌ଡବ୍ଲୁ ଉତ୍କଳ ଷ୍ଟିଲ ଲିମିଟେଡ୍‌ ପ୍ରକଳ୍ପକୁ ନେଇ ଜନ ଶୁଣାଣି

କେନ୍ଦୁଝର: କେନ୍ଦୁଝର ଯୋଡ଼ା ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନପୁରରେ, ଜେଏସ୍‌ଡବ୍ଲୁ ଉତ୍କଳ ଷ୍ଟିଲ ଲିମିଟେଡ୍‌ ପ୍ରକଳ୍ପକୁ ନେଇ ଜନ ଶୁଣାଣି । ଗୋବର୍ଦ୍ଧନପୁରରେ ୧୭ ଶହ ୭ କୋଟି ଟଙ୍କାର ନିବେଶ କରିବ ଜେଏସ୍‌ଡବ୍ଲୁ ଉତ୍କଳ ଷ୍ଟିଲ ଲିମିଟେଡ୍‌ । ବାର୍ଷିକ ୩୦ ମିଲିଅନ ଟନ୍‌ କ୍ଷମତା ବିଶିଷ୍ଟ ଆଇରନ ଓର ଗ୍ରାଇଣ୍ଡିଂ ଓ ଡି-ସ୍ଲିମିଂ ପ୍ଲାଣ୍ଟ ସ୍ଥାପନ କରିବ କଂପାନୀ । ଏହାସହ ୩୧୨ କିଲୋମିଟରର ସ୍ଲରୀ ପାଇପ ଲାଇନ ନିର୍ମାଣ କରିବ କମ୍ପାନୀ । କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ପାଇଁ ଗୋବର୍ଦ୍ଧନପୁରଠାରେ ଜନ ଶୁଣାଣି ହୋଇଥିଲା । କେନ୍ଦୁଝର ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ସହ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ଉପସ୍ଥିତ ଥିଲେ । ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଅଞ୍ଚଳବାସୀ ଶୁଣାଣିରେ ଭାଗ ନେଇ ପ୍ରକଳ୍ପ ପ୍ରତିଷ୍ଠାକୁ ସ୍ୱାଗତ କରିଥିଲେ । ଏହାସହ ନିଯୁକ୍ତି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଭଳି ଅନେକ ପ୍ରସଙ୍ଗରେ ଦାବି ମଧ୍ୟ ଉପସ୍ଥାପନ କରିଥିଲେ ।

Leave A Reply

Your email address will not be published.