Below header

ପୁଣି ଫେରିଲା ମଇଁଷି ମଡକ, ତିନି ଦିନରେ ମଲେଣି ୭ଟି ମଇଁଷି

ଚାନ୍ଦବାଲି (କେନ୍ୟୁଜ୍): ପୁଣି ଫେରିଲା ମଇଁଷି ମଡକ । ତିନି ଦିନରେ ମଲେଣି ୭ଟି ମଇଁଷି । ୯ ମାସ ତଳେ ଭଦ୍ରକ ଚାନ୍ଦବାଲି ବ୍ଲକ ଖଟୁଆପାଟଣା ଗାଁରେ ମଇଁଷି ମଡକ ଦେଖିବାକୁ ମିଳିଥିଲା । ସାହାଣା ରୋଗରେ ଆକ୍ରାନ୍ତ ହୋଇ ଶତାଧିକ ମଇଁଷି ମରିଥିଲେ । ପୁଣି ଥରେ ଗାଁରେ ଦେଖିବାକୁ ମିଳିଛି ମଇଁଷି ମଡକ । ଗାଁରେ ଆହୁରି ଅନେକ ମଇଁଷି ଫାଟୁଆ ରୋଗରେ ଆକ୍ରନ୍ତ ହୋଇଥିବା ଅଭିଯୋଗ ହୋଇଛି । ପ୍ରଥମେ ମଇଁଷିଙ୍କୁ ଜ୍ୱର ହେଉଛି, ଏହା ପରେ ଝାଉଁଳି ପଡ଼ିବା ସହ ମୃତ୍ୟୁ ବରଣ କରୁଛନ୍ତି । ଏହାକୁ ନେଇ ମଇଁଷି ପାଳକମାନେ ଏବେ ଚିନ୍ତାରେ । ଖବର ପାଇଁ ଗାଁ ପଶୁ ଡାକ୍ତର ଯାଇ ଚିକିତ୍ସା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଗାଁକୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଆସି ଚିକତ୍ସା କରିବା ପାଇଁ ଦାବି ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.