ବାରୁଦ ଗୋଦାମରେ ବିସ୍ଫୋରଣ, ଜଣେ ମୃତ

ଝାରସୁଗୁଡ଼ା(କେନ୍ୟୁଜ୍): ଝାରସୁଗୁଡ଼ା ଜିଲ୍ଲା ବେଳପାହାଡ଼ ଥାନା ଅନ୍ତର୍ଗତ ଛୁଆଲିବେର୍ଣା ଠାରେ ଥିବା ମାଝୀ ଫାୟାର ୱାର୍କ ଗୋଦାମରେ ନିଆଁ ଲାଗି ଜଣେ ଗୋଦାମ କର୍ମଚାରୀ ମୃତ। କର୍ମଚାରୀ ଜଣକ ଜୁନାଡ଼ିହି ଗାଁର ଶୁଶାନ୍ତ ଧୁରୁଆ। ବାଣ ବାନ୍ଧୁଥିବା ବେଳେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ବିସ୍ଫୋରଣ ଫଳରେ ଗୋଦାମ ରେ ଥିବା ଘରଟି ସମ୍ପୂର୍ଣ୍ଣ ରୂପରେ ଭୁଶୁଡି ଯାଇଛି। ଘଟଣାସ୍ଥଳରେ ଦମକଳ ପହଂଚି ନିଆଁ ଆୟତ୍ତ କରିଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ସୁଶାନ୍ତ ଶରୀର ସମ୍ପୂର୍ଣ୍ଣ ଖଣ୍ଡ ବିଖଣ୍ଡ ହୋଇଯାଇଛି।

photo_2018-11-29_12-58-05 ଘଟଣା ସ୍ଥଳରେ ଏସପି ଅଶ୍ବିନୀ ମହାନ୍ତି, ବ୍ରଜରାଜନଗର ଏସଡ଼ିପିଓ ରାମ ଚନ୍ଦ୍ର ସାହୁ ସମେତ ବ୍ରଜରାଜନଗର ଆଇଆଇସି, ଲଖନପୁର ଆଇଆଇସି, ବନହରପାଲି ଆଇଆଇସି, ବେଳପାହାଡ଼ ଆଇଆଇସିଙ୍କ ସମେତ ବ୍ୟାପକ ପୋଲିସ ଉପସ୍ଥିତ ଅଛନ୍ତି। ଘଟଣାର ତଦନ୍ତ ପାଇଁ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳ ପରିଦର୍ଶନ କରି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.