ଚାରି ଦିନିଆ ଅଭ୍ୟାସ ମ୍ୟାଚ୍‌ : ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ୫ ଅର୍ଦ୍ଧଶତକ

ସିଡନୀ : କ୍ରିକେଟ୍‌ ଅଷ୍ଟ୍ରେଲିଆ ଏକାଦଶ ସହ ଚାରି ଦିନିଆ ଅଭ୍ୟାସ ମ୍ୟାଚ୍‌ରେ ଭାରତ ପ୍ରଥମ ଇନିଂସ୍‌ରେ କରିଛି ୧୦ ଓ୍ଵିକେଟ୍‌ରେ ୩୫୮ ରନ୍‌ । ଯୁବ ଓପ୍ନର ପୃଥ୍ଵୀ ସ ତାଙ୍କ ଚିରାଚରିତ ଆକ୍ରମଣାତ୍ମକ ଷ୍ଟାଇଲ୍‌ରେ ୬୯ ବଲ୍‌ ଖେଳି ସର୍ବାଧିକ ୬୬ ରନ୍‌ (୧୧ ଚୌକା), ଚେତେଶ୍ୱର ପୁଜାରା ୫୪, ଅଧିନାୟକ ବିରାଟ କୋହଲି ୬୪ (୭ ଚୌକା ଓ ୧ ଛକା), ଅଜିଙ୍କ୍ୟ ରାହାଣେ ୫୬, ହନୁମା ବିହାରୀ ୫୩, ରୋହିତ ଶର୍ମା ୪୦ ରନ୍‌ କରିଥିଲେ । କ୍ରିକେଟ୍‌ ଅଷ୍ଟ୍ରେଲିଆ ପକ୍ଷରୁ ବୋଲର୍‌ ଆରୋନ୍‌ ହାର୍ଡି ୪୦ ରନ୍‌ରେ ୪ଟି ଓ୍ଵିକେଟ୍‌ ଦଖଲ କରିଛନ୍ତି । ପରେ ଘରୋଇ ଦଳ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ବିନା ଓ୍ଵିକେଟ୍‌ରେ ୨୪ ରନ୍‌ କରିଛି ।

INDIA TEAMସ୍କୋର –ଭାରତ ପ୍ରଥମ ଇନିଂସ୍‌-୩୫୮/୧୦, ୯୨ ଓଭର (ପୃଥ୍ଵୀ ସ ୬୬ ରନ୍‌, ଚେତେଶ୍ୱର ପୁଜାରା ୫୪,ବିରାଟ କୋହଲି ୬୪, ଅଜିଙ୍କ୍ୟ ରାହାଣେ ୫୬, ହନୁମା ବିହାରୀ ୫୩, ରୋହିତ ଶର୍ମା ୪୦ ରନ୍‌) ।
କ୍ରିକେଟ୍‌ ଅଷ୍ଟ୍ରେଲିଆ ଏକାଦଶ-୨୪/୦, ୪ ଓଭର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.