Below header

ବିଡ଼ା ବିଡ଼ା ନକଲି ନୋଟ ଜବତ, ଉଲୁଣ୍ଡା ଠାରେ ଏସଟିଏଫର ଚଢାଉ

ବିଡ଼ା ବିଡ଼ା ନକଲି ନୋଟ ଜବତ। ଅସଲି ନୋଟ୍ ଭଳି ଅବିକଳ ଦେଖାଯାଉଥିବା ନକଲି ୫ ଶହ ଟଙ୍କିଆ ନୋଟ ଜବତ। ୪୧.୧୬ ଲକ୍ଷ ଟଙ୍କାର ନକଲି ୫ ଶହ ଟଙ୍କିଆ ନୋଟ୍ ଜବତ କରିଛି ଏସଟିଏଫ।

ବିଡ଼ା ବିଡ଼ା ନକଲି ନୋଟ ଜବତ। ଅସଲି ନୋଟ୍ ଭଳି ଅବିକଳ ଦେଖାଯାଉଥିବା ନକଲି ୫ ଶହ ଟଙ୍କିଆ ନୋଟ ଜବତ। ୪୧.୧୬ ଲକ୍ଷ ଟଙ୍କାର ନକଲି ୫ ଶହ ଟଙ୍କିଆ ନୋଟ୍ ଜବତ କରିଛି ଏସଟିଏଫ। ସୋନପୁର ଉଲୁଣ୍ଡା ଠାରେ ଚଢାଉ କରି ଏସଟିଏଫ ନକଲି ନୋଟ୍ ଜବତ କରିବା ସହ ଜଣେ ଅଭିଯୁକ୍ତ ଦୀପକ ମେହେରକୁ ଗିରଫ କରିଛି।

ଦୀପକ ମେହେରକୁ ବୀରମହାରାଜପୁର ଜେଏମଏଫସି କୋର୍ଟରେ ହାଜର କରାଯାଇଛି । ଏହି ମାମଲାରେ ଏସଟିଏଫକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ମଧ୍ୟ ମିଳିଛି। ମାମଲାର ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଉଦ୍ୟମ ଜାରି ରହିଛି।

ଜବତ ନକଲି ନୋଟ ଗୁଡିକୁ ପଶ୍ଚିମବଙ୍ଗର ଶାଳବଣି ସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ ମୁଦ୍ରଣ ପ୍ରାଇଭେଟ ଲିମିଟେଡକୁ ପଠାଇ ଯାଞ୍ଚ କରାଯିବ ବୋଲି ଏସଟିଏଫ ତରଫରୁ ସୂଚନା ଦିଆଯାଇଛି। ଏହି ନକଲି ନୋଟ ଗୁଡିକ ଛତିଶଗଡରୁ ଓଡିଶା ଆସିଥିବା ସନ୍ଦେହ କରାଯାଉଛି। …

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.