ଭାରତ-ପାକିସ୍ତାନ ମ୍ୟାଚ୍ ବେଳେ ୬୨ ୟୁନିଟ୍ ବିରିୟାନୀ ଅର୍ଡର କରିଥିଲେ ମହିଳା; ଆଶ୍ଚର୍ଯ୍ୟ ହୋଇ ସ୍ୱିଗି ବି ପଚାରିଲା ଏହି ପ୍ରଶ୍ନ
ଭାରତ-ପାକିସ୍ତାନ ମ୍ୟାଚ୍ ବେଳେ ସ୍ୱିଗିରୁ ୬୨ ୟୁନିଟ୍ ବିରିୟାନୀ ଅର୍ଡର। ଏତେ ପରିମାଣର ବିରିୟାନୀ ଅର୍ଡର ଦେଇଥିଲେ ଜଣେ ମହିଳା।

ଭାରତ-ପାକିସ୍ତାନ ମ୍ୟାଚ୍ ବେଳେ ସ୍ୱିଗିରୁ ୬୨ ୟୁନିଟ୍ ବିରିୟାନୀ ଅର୍ଡର। ଏତେ ପରିମାଣର ବିରିୟାନୀ ଅର୍ଡର ଦେଇଥିଲେ ଜଣେ ମହିଳା। ଶନିବାର ଏସିଆ କପ୍ରେ ଭାରତ-ପାକିସ୍ତାନ ମ୍ୟାଚ୍ ଖେଳାଯାଉଥିବା ବେଳେ ବେଙ୍ଗାଲୁରୁର ଜଣେ ମହିଳା ଅନ୍ଲାଇନ ଫୁଡ୍ ଡେଲିଭରି ପ୍ଲାଟଫର୍ମ ‘ସ୍ୱିଗି’ରୁ ୬୨ ୟୁନିଟ୍ ବିରିୟାନୀ ଅର୍ଡର ଦେଇଥିବା ସ୍ୱିଗି ଜଣାଇଛି।
ସ୍ୱିଗି ନିଜ ‘ଏକ୍ସ’ ହ୍ୟାଣ୍ଡେଲରୁ ଏ ନେଇ ଏକ ପୋଷ୍ଟ୍ ସେୟାର କରିଛି। ଏଥିରେ କମ୍ପାନୀ କହିଛି ଯେ ବୋଧହୁଏ କେହି ଜଣେ ମହିଳା ଭାରତ-ପାକିସ୍ତାନ ମ୍ୟାଚ୍ ବେଳେ କୌଣସି ପାର୍ଟି ହୋଷ୍ଟ୍ କରୁଥିଲେ। ସ୍ୱିଗି ନିଜ ପୋଷ୍ଟ୍ରେ ଲେଖିଥିଲା, ‘ବେଙ୍ଗାଲୁରୁର କେହି ଜଣେ ଏବେ ଏବେ ୬୨ ୟୁନିଟ୍ ବିରିୟାନୀ ଅର୍ଡର ଦେଇଛନ୍ତି। ଆପଣ କିଏ? ବାସ୍ତବରେ ଆପଣ କେଉଁଠି ଅଛନ୍ତି? କ’ଣ ଆପଣ ଭାରତ-ପାକିସ୍ତାନ ମ୍ୟାଚ୍ ଓ୍ଵାଚ୍-ପାର୍ଟି ଆୟୋଜନ କରିଛନ୍ତି? କ’ଣ ମୁଁ ଏହି ପାର୍ଟିକୁ ଆସିପାରିବି’?
ସ୍ୱିଗିର ଏହି ପୋଷ୍ଟ୍ରେ ଅନେକ ୟୁଜର କମେଣ୍ଟ୍ କରି ନିଜର ପ୍ରତିକ୍ରିୟା ଦେଇଥିଲେ। କିଛି ୟୁଜର ଏଥିରେ ମହିଳା ଗ୍ରାହକଙ୍କ ବିଷୟରେ ପ୍ରଶ୍ନ ପଚାରିଥିଲେ। କେତେଜଣ ୟୁଜର ଲେଖିଥିଲେ ଯେ ଯଦି ଭାରତ ମ୍ୟାଚ୍ ଜିତେ, ତେବେ କ’ଣ ସେମାନଙ୍କୁ ବିରିୟାନୀ ଖାଇବାକୁ ମିଳିବ। ଅନ୍ୟ ଜଣେ ୟୁଜର ଲେଖିଥିଲେ, ସେ କେଏଲ୍ ରାହୁଲଙ୍କ ପରିବାର ସଦସ୍ୟ। ସେହିପରି ଆଉ ଜଣେ ୟୁଜର କହିଥିଲେ, ଯଦି ଭାରତ ମ୍ୟାଚ୍ ଜିତେ, ତା’ ହେଲେ ଆପଣ ମୋତେ ସ୍ୱିଗିରୁ ମାଗଣାରେ ଖାଦ୍ୟ ପଠାଇବେ।
ଏହିପରି ଜଣେ ୟୁଜର ପଚାରିଥିଲେ, ଆପଣ ଦୟାକରି ମୋତେ ପିଜ୍ଜା ପଠାଇ ପାରିବେ କି? ତେବେ ମହିଳା ଜଣକ ଏତେ ପରିମାଣର ବିରିୟାନୀ ଅର୍ଡର ଦେବା ପରେ ସ୍ୱିଗିର ଏହି ପୋଷ୍ଟ୍ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା।
someone from bengaluru just ordered 62 units of biryanis?? who are you? where exactly are you? are you hosting a #INDvsPAK match watch-party?? can i come?
— Swiggy (@Swiggy) September 2, 2023