Below header

ତେଲେଙ୍ଗାନା: ବ୍ୟାଙ୍କରୁ ଚୋରି କରିବାରେ ବିଫଳ ହେଲା ଚୋର, ଯିବା ପୂର୍ବରୁ ଚିଠିରେ ଲେଖିଲା, ‘ଉତ୍ତମ ବ୍ୟାଙ୍କ…’

ବ୍ୟାଙ୍କରୁ ଚୋରି କୌଣସି ନୂଆ କଥା ନୁହେଁ। ହେଲେ ଚୋର କେତେବେଳେ ଏଥିରେ ସଫଳ ହୁଏ ତ କେତେବେଳେ ବିଫଳ। ବେଳେବେଳେ ବିଫଳତା ପରେ ନିରାଶ ହୋଇ ଚୋର ଏକ ଚିଠି ମଧ୍ୟ ଛାଡ଼ିଯାଏ। ଠିକ୍‌ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାରେ।

ବ୍ୟାଙ୍କରୁ ଚୋରି କୌଣସି ନୂଆ କଥା ନୁହେଁ। ହେଲେ ଚୋର କେତେବେଳେ ଏଥିରେ ସଫଳ ହୁଏ ତ କେତେବେଳେ ବିଫଳ। ବେଳେବେଳେ ବିଫଳତା ପରେ ନିରାଶ ହୋଇ ଚୋର ଏକ ଚିଠି ମଧ୍ୟ ଛାଡ଼ିଯାଏ। ଠିକ୍‌ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାରେ।

ଏଠାରେ ମଞ୍ଚେରିୟଲ୍‌ ଜିଲ୍ଲାରେ ଏକ ବ୍ୟାଙ୍କରୁ ଚୋରି କରିବାରେ ବିଫଳ ହୋଇଛି ଚୋରି। ଆଉ ନିରାଶ ହୋଇ ଯିବା ପୂର୍ବରୁ ବ୍ୟାଙ୍କ ପାଇଁ ଛାଡ଼ି ଯାଇଛି ଖଣ୍ଡିଏ ଚିଠି, ଯେଉଁଥିରେ ଏହି ଘଟଣାରେ ତାକୁ ଖୋଜା ଖୋଜି ନ କରିବାକୁ ଚୋର ଜଣକ ଅନୁରୋଧ କରିଛି।

ପୋଲିସ ସୂଚନା ମୁତାବକ, ଜଣେ ଚୋର ନେନେଲ୍‌ ମଣ୍ଡଳ ମୁଖ୍ୟାଳୟସ୍ଥିତ ଏକ ସରକାରୀ ଗ୍ରାମୀଣ ବ୍ୟାଙ୍କର ମୁଖ୍ୟ ଗେଟ୍‌ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲା। ସେ କ୍ୟାସିୟର ଏବଂ କ୍ଲର୍କ କ୍ୟାବିନ୍‌ ଯାଞ୍ଚ କରିଥିଲା, ହେଲେ ସେଠାରୁ କିଛି ଟଙ୍କା, ପଇସା କି ମୂଲ୍ୟବାନ ଜିନିଷ ପାଇ ନ ଥିଲା। ବ୍ୟାଙ୍କ୍‌ର ଲକର ଖୋଲିବାରେ ମଧ୍ୟ ଚୋର ବିଫଳ ହୋଇଥିଲା।

ସବୁଥିରେ ନିରାଶ ହେବା ପରେ ଚୋର ଏକ ଖବର କାଗଜ ଉଠାଇ ସେଥିରେ ମାର୍କର ପେନ୍‌ରେ ବ୍ୟାଙ୍କ ପାଇଁ ମେସେଜ୍‌ ଲେଖିଥିଲା। ଖବର କାଗଜରେ ତେଲୁଗୁ ଭାଷାରେ ଲେଖିଥିଲା, ‘ମୋତେ ଗୋଟିଏ ବି ଟଙ୍କା ମିଳି ପାରିଲା ନାହିଁ…ଏଥିପାଇଁ ମୋତେ ଧର ନାହିଁ। ମୋ ଆଙ୍ଗୁଠି ଚିହ୍ନ ସେଠାରେ ନ ଥିବ। ଏହା ଏକ ଭଲ ବ୍ୟାଙ୍କ’। ଚୋର ଆହୁରି କହିଥିଲା କି, ବ୍ୟାଙ୍କ ଏକ ଆବାସୀୟ ବିଲ୍ଡିଂରେ ଚାଲୁଛି ଏବଂ ଏଠାରେ କେହି ସୁରକ୍ଷା କର୍ମୀ ନାହାନ୍ତି।

ସେପଟେ ଘଟଣା ପରଦିନ ବ୍ୟାଙ୍କରେ ଚୋରି ଉଦ୍ୟମ ଦେଖି ବ୍ୟାଙ୍କ ଅଧିକାରୀମାନେ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଆଇପିସି ଧାରା ଅନୁସାରେ ମାମଲା ରୁଜୁ କରିଛି। ଚୋରକୁ ଧରିବା ପାଇଁ ପ୍ରୟାସ ଜାରି ରହିଛି। ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଉଥିବା ପୋଲିସ ସୂଚନା ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.