ଝାରସୁଗୁଡ଼ା : ବସ୍ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ

ଝାରସୁଗୁଡ଼ା : ବନହରପାଲି ଥାନା କୁଶ୍ରୋଲୋଇ ଛକରେ ବସ୍ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ । ମୃତକଙ୍କ ନାଁ ଯଦୁ ପ୍ରଧାନ ଓ ଘର ବ୍ରଜରାଜନଗର ଲମଟିବାହାଲରେ । ସେ ଖଣ୍ଡସା ଗାଁରେ ନିଜ ମାମୁ ଘରେ ରହୁଥିଲେ । ବନ୍ଦବାହାଳଠାରେ ଗ୍ୟାରେଜରେ କାମ ସାରି ଫେରିବା ବେଳେ ଗତକାଲି ରାତିରେ ତାଙ୍କୁ ଧକ୍କା ଦେଇଥିଲା ବସ୍ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ କ୍ଷତିପୂରଣ ଦାବିରେ ବନହରପାଲି ମୁଖ୍ୟ ରାସ୍ତା ଅଭରୋଧ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.