ପୋଦିନାରେ ପ୍ରସ୍ତୁତ ଚା’ରୁ ମିଳିଥାଏ ଏହିସବୁ ସ୍ୱାସ୍ଥ୍ୟଜନିତ ଫାଇଦା

ପୋଦିନାରୁ ମିଳୁଥିବା ଫାଇଦା ବିଷୟରେ ଆପଣତ ଜାଣିଥିବେ । ଓ୍ୟୖଷଧିୟ ଗୁଣରେ ପରିପୂର୍ଣ୍ଣ ପୋଦିନାକୁ ସେବନ କରି ଆପଣ ନିଜକୁ ଅନେକ ରୋଗରୁ ରକ୍ଷା କରିପାରିବେ । ଏମିତିରେ ତ’ ଆମେ ପୋଦିନାକୁ ଚଟଣି ଆକାରରେ ବ୍ୟବହାର କରିଥାଉ, କିନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ କିପରି ପୋଦିନାରୁ ଚା’ ପ୍ରସ୍ତୁତ କରିବେ ଏବଂ ଏଥିରୁ ମିଳୁଥିବା ସ୍ୱାସ୍ଥ୍ୟଜନିତ ଫାଇଦା ବିଷୟରେ ।
ପୋଦିନା ଚା’ର ଫାଇଦା
• ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ ।
• ପାଚକ ପକ୍ରିୟାକୁ ମଜଭୁତ କରିଥାଏ ।
• ପରିସ୍ରାପୋଡା ପାଇଁ ହେଉଥିବା ଯନ୍ତ୍ରଣାରୁ ରକ୍ଷା କରିଥାଏ ।
• ଶ୍ବାସ ଜନିତ ସମସ୍ୟାରୁ ଉପସମ ଦେଇଥାଏ ।
• ଫଙ୍ଗଲ୍ ସଂକ୍ରମଣରୁ ରକ୍ଷା କରିଥାଏ ।
• ଚିନ୍ତାରୁ ମଧ୍ୟ ରକ୍ଷା କରିଥାଏ ।
• କ୍ୟାନସରରୁ ବଂଚାଇଥାଏ ।
ପୋଦିନା ଚା ପାଇଁ ବ୍ୟବହୃତ ସାମଗ୍ରି
• ୮ରୁ୧୦ଟି ପୋଦିନା ପତ୍ର ।
• ଅଧା ଚାମଚରୁ ଅଧା ଗୋଲମରିଚ ଗୁଣ୍ଡ ।
• ଅଧା ଚାମଚ୍ କଳା ଲୁଣ ।
• ଦୁଇ କପ୍ ପାଣି ।
ପ୍ରସ୍ତୁତି ପ୍ରଣାଳୀ
ପୋଦିନାର ଚା ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ଏକ ପ୍ୟାନରେ ପାଣି ଫୁଟାନ୍ତୁ । ଏବେ ଏହି ପାଣିରେ ପୋଦିନା ପତ୍ର, ଗୋଲମରିଚ ଗୁଣ୍ଡ ଏବଂ କଳା ଲୁଣ ପକାନ୍ତୁ ଏବଂ ୫ମିନିଟ୍ ପାଇଁ ଫୁଟାଇ ଗ୍ୟାସ୍ ବନ୍ଦ କରିଦିଅନ୍ତୁ । ଏବେ ଆପଣଙ୍କର ଚା’ ପ୍ରସ୍ତୁତ ହୋଇଯାଇଛି । ଏବେ ଏହାକୁ ଚା’ ଛଣାରେ ଛାଣି କପକୁ କାଢନ୍ତୁ ।