ପୁଣି ଓଲଟିଲା ଯାତ୍ରୀବାହୀ ବସ୍‌, ଦୁର୍ଘଟଣାରେ ୨୭ରୁ ଅଧିକ ଯାତ୍ରୀ ଆହତ

ସୋର : ପୁଣି ଓଲଟିଲା ଯାତ୍ରୀବାହୀ ବସ୍‌। ଦୁର୍ଘଟଣାରେ ୨୭ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ୧୬ନମ୍ବର ଜାତୀୟ ରାଜପଥ ସିମୁଳିଆ ଥାନା ଭଗିଆଶୁଣି ଠାରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଆହତ ଯାତ୍ରୀଙ୍କୁ ସିମୁଳିଆ ମେଡିକାଲରେ ଭର୍ତ୍ତି କରାଯାଇଛି। ପରେ ୩ ଗୁରୁତରଙ୍କୁ କଟକ ଓ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅଳଙ୍କାର ନାମକ ଏକ ଘରୋଇ ବସ୍‌ ରାଇରଙ୍ଗପୁରରୁ ଭୁବନେଶ୍ୱର ଆସୁଥିବାବେଳେ ଭାରସାମ୍ୟ ହରାଇ ନୟନଯୋରୀକୁ ଓଲଟି ପଡିଥିଲା। ଖବର ପାଇ ସିମୁଳିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲା। ବସ୍‌ରେ ମୋଟ ୭୦ଜଣଯାତ୍ରୀ ଥିଲେ। ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଛି। ସିମୁଳିଆ ପୋଲିସ ଦୁର୍ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.