Below header

ଯାଜପୁର: କୋରାଇ ବନ୍ଦୀ ପେଟ୍ରୋଲ ପମ୍ପ ନିକଟରେ ବସକୁ ମୁହାଁମୁହିଁ ଧକ୍କା ଦେଲା ହାଇୱା ଟ୍ରକ, ୭ ଆହତ

ଯାଜପୁର ରୋଡ଼(କେନ୍ୟୁଜ୍):  ଯାଜପୁର ଜିଲ୍ଲା କୋରାଇ ଥାନା ଜାତୀୟ ରାଜପଥର ବନ୍ଦୀ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା। ବସ କୁ ମୁହାଁମୁହିଁ ଧକ୍କା ଦେଲା ହାଇୱା ଟ୍ରକ। ଫଳରେ ବସରେ ଥିବା ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଯାଜପୁର ରୋଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ମୁତାବକ ତାରିଣୀ ମା ନାମକ ଏକ ବସ୍ କେନ୍ଦୁର ରୁ ଯାଜପୁର ରୋଡ଼ ଅଭିମୁଖେ ଆସୁଥିଲା। ତେବେ ରଗଡି ନିକଟରେ ଜାତୀୟ ରାଜପଥ ମରାମତି କାର୍ଯ୍ୟ ଚାଲୁଥିବାରୁ ବସଟି ରଙ୍ଗ ରୁଟରେ ଯାଉଥିଲା।

jajpur 12

ଏହି ସମୟରେ ବନ୍ଦୀ ପେଟ୍ରୋଲ ପମ୍ପ ନିକଟରେ ସମ୍ମୁଖରୁ ଆସୁଥିବା ଏକ ହାଇୱା ଟ୍ରକ ବସକୁ ମୁହାଁମୁହିଁ ଧକ୍କା ଦେଇଥିଲା। ତେବେ ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସମସ୍ତ ବସ୍ ଯାତ୍ରୀ। କେବଳ ୭ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ଖବର ପାଇ କୋରାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡି ୨ଟି କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.