ରାଗ ଖାଇବା ସୌକିନ୍‌ କି, ତେବେ ବନାନ୍ତୁ କଞ୍ଚା ଲଙ୍କା ତରକାରୀ

ଆବଶ୍ୟକ ସାମଗ୍ରୀ

  • ୧୫୦ ଗ୍ରାମ ବଡ କଞ୍ଚା ଲଙ୍କା
  • ୧/୪ କପ୍‌ ବାଦାମ୍‌
  • ଏକ ଚାମଚ ଜିରା
  • ୨୫ ଗ୍ରାମ ଶୁଖିଲା ନଡିଆ
  • ଏକ ଚାମଚ ଖସଖସ୍‌
  • ଏକ ଛୋଟ ଚାମଚ ଧଳା ରାଶି
  • ୧/୨ ଚାମଚ ସୋରିଷ
  • ଅଧା ଚାମଚ ଜିରା
  • ଭୃଷଙ୍ଗ ପତ୍ର
  • ୨ ଇଞ୍ଚର ଅଦା ଖଣ୍ଡ
  • ୧୨-୧୫ ରସୁଣ
  • ଦେଢ଼ ଚାମଚ ହଳଦି ପାଉଡର
  • ଏକ ଚାମଚ ଗରମ ମସଲା ପାଉଡର
  • ୪ ଚାମଚ ତେନ୍ତୁଳୀ ପାଣି
  • ଧନିଆ ପତ୍ର ସଜାଇବା ପାଇଁ
  • ତେଲ – ୬ ଚାମଚ
  • ଲୁଣ – ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

କଞ୍ଚା ଲଙ୍କା ତରକାରୀ ବନାଇବା ପାଇଁ ବଡ ବଡ ସାଇଜର କଞ୍ଚା ଲଙ୍କାକୁ ସର୍ବପ୍ରଥମେ ଧୋଇ ସୁଖାଇ ଦିଅନ୍ତୁ ଏବଂ ମଝିରୁ ହିଁ କାଟି ଦିଅନ୍ତୁ। ଏବେ ବାଦାମ, ରାଶି, ଖସଖସ୍‌, ଜିରା ଏବଂ ସୁଖିଲା ନଡିଆକୁ ଭାଜି ଦିଅନ୍ତୁ। ଏହାପରେ ପିଆଜ, ଅଦା ଏବଂ ରସୁଣକୁ କାଟି ଏହାକୁ ଅଳ୍ପ ଆଞ୍ଚରେ ବସାଇ ଦିଅନ୍ତୁ। ସମସ୍ତ ମସଲାକୁ ଥଣ୍ଡା କରି ସେଥିରେ ହଳଦି ଏବଂ ଲାଲ ଲଙ୍କା ପକାଇ ଦିଅନ୍ତୁ। ଏବେ ଏଥିରେ ପେଶା ହୋଇଥିବା ମସଲା ପକାଇ ରାନ୍ଧନ୍ତୁ। ଏହାପରେ ତେନ୍ତୁଳୀ ପାଣି ଏବଂ ଗରମ ମସଲା ପକାଇ ଦିଅନ୍ତୁ। ଏବେ ଏଥିରେ ଫ୍ରାଏ ହୋଇଥିବା କଞ୍ଚା ଲଙ୍କା ପକାନ୍ତୁ ଏବଂ ୨ ମିନିଟ୍‌ ପର୍ଯ୍ୟନ୍ତ ଆଞ୍ଚରେ ବସାନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି କଞ୍ଚା ଲଙ୍କା ସବଜି। ଆପଣ ଏହାକୁ ବିରିୟାନି, ଭାତ କିମ୍ବା ରୁଟି ସହିତ ଖାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.