Below header

ଘଟଗାଁ ସାନ୍ତରାପୁରରେ ଜଳିଗଲା ବରଯାତ୍ରୀ ବସ୍‌ , ଜଣେ ଯୁବକ ଜୀବନ୍ତ ଦଗ୍ଧ

କେନ୍ଦୁଝର(କେନ୍ୟୁଜ୍) : ଜଳିଗଲା ବରଯାତ୍ରୀ ବସ୍‌। ଜଣେ ଯୁବକ ଜୀବନ୍ତ ଦଗ୍ଧ। କେନ୍ଦୁଝର ଜିଲ୍ଲା ଘଟଗାଁ ସାନ୍ତରାପୁର ଅଞ୍ଚଳରେ ଅଘଟଣ ଘଟିଛି। ସାନ୍ତରାପୁର ଗାଁରୁ ବରଯାତ୍ରୀ ନେଇ କନ୍ୟା ଘରୁ ଫେରିବା ପରେ ସମସ୍ତ ବରଯାତ୍ରୀ ଗାଡିରୁ ଚାଲିଯାଇଥିଲେ। ବରଘର ନିକଟରେ ବସ୍‌ଟି ଛିଡା ହୋଇଥିଲା। କୌଣସି କାରଣରୁ ରାତି ଅଢେଇଟା ସମୟରେ ବସ୍‌ରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ବସ୍‌ଟି ସଂପୂର୍ଣ୍ଣ ଜଳିଯାଇଥିବା ବେଳେ, ଜଣେ ଯୁବକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତ ଯୁବକଙ୍କ ପରିଚୟ ମିଳିନାହିଁ। ଖବର ପାଇ ଘଟଣାସ୍ଥଳରେ ଘଟଗାଁ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.