ପିଆଜ ଏବଂ ରସୁଣ ଲୋକମାନଙ୍କର ଶରୀର ପାଇଁ ଭଲ ହୋଇଥାଏ। କିନ୍ତୁ କିଛି ଧାର୍ମିକ ଲୋକମାନେ ଏହି ଦୁଇଟି ଜିନିଷ ସେବନ କରିନଥାନ୍ତି। ଏହା ସହିତ ଏହାକୁ ମଧ୍ୟ ଭଗବାନଙ୍କ ପ୍ରସାଦରେ ବ୍ୟବହାର କରାଯାଇନଥାଏ। ଏହା ପଛରେ ଅନେକ ଭୌତିକ ଏବଂ ବୈଜ୍ଞାନିକ କାରଣ ମଧ୍ୟ ରହିଛି। କିନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଏହା ସହ ଜଡ଼ିତ ଥିବା ଏକ ପୌରାଣିକ କଥା, ଯାହା ଲୋକମାନଙ୍କ ମଧ୍ୟରେ ପ୍ରଚଳିତ।
ପୌରାଣିକ ତଥ୍ୟ ଅନୁଯାୟୀ ଦେବତା ଏବଂ ରାକ୍ଷସ ମାନଙ୍କ ମଧ୍ୟରେ ସମୁଦ୍ର ମନ୍ଥନ ହୋଇଥିଲା। ଏହି ସମୟରେ ସମୁଦ୍ର ମନ୍ଥନରୁ ଅମୃତ ସୄଷ୍ଟି ହୋଇଥିଲା ଏବଂ ଏହି ଅମୃତକୁ ନେଇ ଦେବତା ଏବଂ ରାକ୍ଷସ ମାନଙ୍କ ମଧ୍ୟରେ ଦ୍ବନ୍ଦ ସୄଷ୍ଟି ହୋଇଥିଲା। ଅମୃତ ରାକ୍ଷସମାନଙ୍କ ହାତରେ ନଲାଗିବା ପାଇଁ ଏହି ସମୟରେ ଭଗବାନ ବିଷ୍ଣୁ ମୋହିନୀ ରୂପ ଧାରଣ କରିଥିଲେ। ଯାହା ଦ୍ବାରା ରାକ୍ଷସମାନେ ଭ୍ରମରେ ପଡ଼ିପାରିବେ ଏବଂ ଦେବତାମାନଙ୍କୁ ଅମୃତ ମିଳିପାରିବ। ମୋହିନୀ ରୂପରେ ଭଗବାନ ବିଷ୍ଣୁ ଯେତେବେଳେ ଅମୃତ ବାଣ୍ଟିବା ଆରମ୍ଭ କଲେ ସେହି ସମୟରେ ରାକ୍ଷସ ରାହୁ ଏବଂ କେତୁ ସେଠାରେ ଆସି ଉପସ୍ଥିତ ଥିଲେ। ଭଗବାନ ତାଙ୍କୁ ଦେବତା ମନେକରି ଅମୃତର ଦୁଇ ବୁନ୍ଦା ମଧ୍ୟ ଦେଇଥିଲେ। ଏହି ସମୟରେ ସୂର୍ୟ୍ୟ ଦେବ ଏବଂ ଚନ୍ଦ୍ର ଦେବ ଭଗବାନ ବିଷ୍ଣୁଙ୍କୁ ରାହୁ ଏବଂ କେତୁଙ୍କର ରାକ୍ଷସ ହେବାର ପରିଚୟ ପ୍ରଦାନ କରିଥିଲେ। ଏହା ପରେ ଭଗବାନ ବିଷ୍ଣୁ ସେହି ଦୁଇଜଣଙ୍କ ମୁଣ୍ଡ କାଟି ଦେଇଥିଲେ।
ଏହି ସମୟରେ ଅମୃତ ତାଙ୍କ ଗଳାରୁ ଶରୀର ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲା। ଯେଉଁ କାଣରରୁ ଦୁଇ ରାକ୍ଷସଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ତାଙ୍କ ମୁହଁରେ ଅମୃତ ପହଞ୍ଚି ଯାଇଥିଲା, ଏହି କାରଣରୁ ଦୁଇ ରାକ୍ଷସଙ୍କ ମୁଖ ଅମର ହୋଇଗଲା। ଭଗବାନ ବିଷ୍ଣୁଙ୍କ ଦ୍ବାରା ମୁଣ୍ଡ କାଟିବା ସମୟରେ ଅମୃତ ରୂପରେ ଯେଉଁ ଦୁଇ ବୁନ୍ଦା ରକ୍ତ ତଳେ ପଡ଼ିଥିଲା, ସେଥିରୁ ପିଆଜ ଏବଂ ରସୁଣର ଉତ୍ପତି ହୋଇଥିଲା ବୋଲି ବିଶ୍ବାସ ରହିଛି । ଅମୃତରୁ ସୄଷ୍ଟି ହୋଇଥିବାରୁ ଏହି ଦୁଇ ଜିନିଷକୁ ରୋଗ ନାଶକ ବା ଜୀବନଦାୟୀ କୁହାଯାଇଥାଏ। କିନ୍ତୁ ରାକ୍ଷସଙ୍କ ମୁହଁରୁ ସୄଷ୍ଟି ହୋଇଥିବାରୁ ଏହାକୁ ଦେବତାମାନଙ୍କୁ ଅର୍ପଣ କରାଯାଏ ନାହିଁ।
ଧର୍ମ ଶାସ୍ତ୍ର ଅନୁସାରେ ପିଆଜ ଏବଂ ରସୁଣ ଭଳି ପରିବା ମଧ୍ୟ ଭଲ ହୋଇନଥାଏ। ଏହା ପଛର କାରଣ ହେଉଛି ଏହି ଦୁଇ ଜିନିଷ ଆକର୍ଷଣତା, ଈର୍ଷା ଭାବ, ଅଜ୍ଞାନତା ଏବଂ ତାମସିକ ପ୍ରବୃତି ଆଦି ବଢାଇଥାଏ। ଏହା ସହ ବ୍ୟକ୍ତିର ମନକୁ ମଧ୍ୟ ଅସ୍ଥିର କରିଥାଏ, ଯେଉଁ କାରଣରୁ ମନ ଏକାଗ୍ର ହୋଇପାରି ନଥାଏ ଏବଂ ଆଧ୍ୟାତ୍ମ୍ୟ ମାର୍ଗରେ ବାଧା ସୄଷ୍ଟି ହୋଇଥାଏ। ଏହି କାରଣରୁ ଭଗବାନଙ୍କ ପ୍ରସାଦରେ ପିଆଜ ଏବଂ ରସୁଣର ବ୍ୟବହାରକୁ ବାରଣ କରାଯାଇଥାଏ।