୬ ଜିବି ରାମ ବିଶିଷ୍ଟ ଫୋଲ୍ଡେବଲ ଫୋନ Moto RAZRର ଫିଚର ହେଲା ଲିକ୍

ନୂଆଦିଲ୍ଲୀ : ସାମସଙ୍ଗ ଏବଂ ହୁୱାଇର ଫୋଲ୍ଡେବଲ ଫୋନ ପରେ ଖୁବ ଶୀଘ୍ର ବଜାରରେ ଲଞ୍ଚ କରିବାକୁ ଯାଉଛି Moto RAZR। କିଛି ବିଶେଷ ସୂତ୍ରରୁ ଏହି ଦମଦାର ମୋବାଇଲର ସ୍ପେସିଫିକେସ ଉପରୁ ପରଦା ଉଠିଛି।

ମିଳିଥିବା ସୂଚନା ମୁତାବକ, Moto RAZR ଫୋଲ୍ଡେବଲ ଫୋନର ଡିସପ୍ଳେ ୬.୨ ଇଞ୍ଚର ରହିବ । ଏଥିରେ ସ୍ନାପଡ୍ରାଗନ୍‌ ୭୧୦ ଏସଓସିର ପ୍ରୋସେସର ରହିବ । ସବୁଠାରୁ ଖାସ ହେଉଛି ଏହି ଫୋନରେ ମୁଖ୍ୟ ଡିସପ୍ଳେକୁ ଛାଡି ଆଉ ଏକ ଆଉଟର ଡିସପ୍ଳେ ରହିବ । ଯେଉଁଥିରେ ବିନା ମୋବାଇଲକୁ ଖୋଲି ଆପଣ ନୋଟିଫିକେସନ୍‌ ମଧ୍ୟ ଚେକ୍‌ କରିପାରିବେ । ଏହି ଛୋଟ ଡିସପ୍ଳେର ରିଜୋଲ୍ୟୁସନ ୬୦୦ ଢ ୮୦୦ ପିକ୍ସଲ ରହିଛି ।

moto

ଲିକ୍‌ ରିପୋର୍ଟ ମୁତାବକ, ଏହା ସଂପୂର୍ଣ୍ଣ ଏନଡ୍ରୋଏଡ ଏକ୍ସପେରିଏନ୍ସ ଦେବ ନାହିଁ । ଏଥିରେ କିଛିଟା ଆପ ମଧ୍ୟ ଆସେସ୍‌ କରାଯାଇ ପାରିବ ନାହିଁ । ତେବେ ଫୋନକୁ ଦୁଇଟି ବେରିଏଣ୍ଟରେ କମ୍ପାନି ଲଞ୍ଚ କରିବା ବୋଲି ଖବର ମିଳିଛି । ଯେଉଁଥିରେ ୪/୬୪ଜିବି ଏବଂ ୬/୧୨୮ ଜିବିର ଅପସନ ରହିବ । ଏହି ଫୋନର ବ୍‌୍ୟାଟେରୀ ୨,୭୩୦ ଏମଏଏଚ୍‌ ରହିବ ବୋଲି ଜଣାପଡିଛିା ଏହାକୁ ଅପଣ କଳା, ଧଳା ଏବଂ ସୁନେଲି ରଙ୍ଗରେ ପାଇପାରିବେ । ତେବେ ଏହାର ସଠିକ୍‌ ମୂଲ୍ୟ କେତେ ରହିବ ସେନେଇ କିଛି ସୂଚନା ମିଳିନଥିବା ବେଳେ ଆଶା କରାଯାଉଛି ଏହା ୧୫ଡଲାର ପାଖାପାଖି ରହିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.