Below header

ଯାଜପୁର ରୋଡ ବ୍ୟାସନଗର ବସ୍‌ଷ୍ଟାଣ୍ଡରେ ଜଳିଗଲା ୨ଟି ବସ୍‌, ବଡ ଦୁର୍ଘଟଣାରୁ ବର୍ତ୍ତିଲେ ଯାତ୍ରୀ

ଯାଜପୁର ରୋଡ: ଜଳିଗଲା ବସ୍‌, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଯାଜପୁର ରୋଡ ବ୍ୟାସନଗର ଥାନା ବ୍ୟାନଗର ବସ୍‌ଷ୍ଟାଣ୍ଡରେ ୨ଟି ବସ୍‌ ଜଳିଯାଇଛି। ତେବେ ଏହି ସମୟରେ ବସ୍‌ରେ କୌଣସି ଯାତ୍ରୀ ନଥିବାରୁ ଏକ ବଡ ଦୁର୍ଘଟଣାରୁ ଲୋକେ ବର୍ତ୍ତି ଯାଇଛନ୍ତି। ଗତକାଲି ରାତିରେ ବସ୍‌ ଦୁଇଟି ଷ୍ଟାଣ୍ଡରେ ପହଞ୍ଚି ଯାତ୍ରୀଙ୍କୁ ଓହ୍ଲାଇଦେବା ପରେ ଡ୍ରାଇଭର ଓ ହେଲପର ଖାଇବାକୁ ଯାଇଥିଲେ। ଏହି ସମୟରେ ଷ୍ଟାଣ୍ଡରେ ଛିଡା ହୋଇଥିବାବେଳେ ଏଥିରେ ହତାଠ୍‌ ନିଆଁ ଲାଗିଯାଇଥିଲା। ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବିଭାଗ ନିଆଁକୁ ଆୟତ କରିଥିଲେ। ତେବେ ବସ୍‌ ଦୁଇଟିରେ କେମିତି ନିଆଁ ଲାଗିଲା ସେନେଇ ଜଣାପଡିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.