Below header

ମହଙ୍ଗା ଝଟକାରେ ଲୋକେ ହେବେ ବେହାଲ, ଏବେ ଅଣ-ସବସିଡି ଏଲପିଜି ସିଲିଣ୍ଡରର ବଢ଼ିଲା ଦାମ୍‌

ନୂଆଦିଲ୍ଲୀ : ପିଆଜ ଏବଂ ମୋବାଇଲ ରିଚାର୍ଜ/ ବିଲ ବଢ଼ିବା ପରେ ଏବେ ଅଣ-ସବସିଡି ବିଶିଷ୍ଟ ଏଲପିଜି ଗ୍ୟାସ ମହଙ୍ଗା ହେବା ପରେ ସାଧାରଣ ଲୋକଙ୍କୁ ଲାଗିଛି ବଡ ଝଟକା। ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ (ଆଇଓସି)ର ୱେବସାଇଟ ଅନୁଯାୟୀ ଦିଲ୍ଲୀରେ ୧୪.୨ କିଲୋଗ୍ରାମର ଅଣ-ସବସିଡି ବିଶିଷ୍ଟ ଘରୋଇ ଏଲପିଜି ସିଲିଣ୍ଡର ଦାମ ୧୩.୫୦ ଟଙ୍କା ବଢ଼ିଯାଇଛି। ଏବେ ୬୮୧.୫୦ ଟଙ୍କା ବଦଳରେ ୬୯୫ ଟଙ୍କା ପ୍ରତି ସିଲିଣ୍ଡର ଦେବାକୁ ହେବ।

lpg

ଏହିପରି ଭାବରେ କୋଲକାତାରେ ୧୯.୫୦ ପଇସା, ଚେନ୍ନାଇରେ ୧୮ ଟଙ୍କା ଏବଂ ମୁମ୍ବାଇରେ ୧୪ ଟଙ୍କା ବୃଦ୍ଧି ହୋଇଛି। ଦିଲ୍ଲୀରେ ବ୍ୟବସାୟ ଭାବରେ ବ୍ୟବହାର କରାଯାଉଥିବା ୧୯ କିଲୋଗ୍ରାମ ସିଲିଣ୍ଡରର ଦାମ ୭.୫୦ ପଇସା ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ଦାମ୍‌ ଗତକାଲି ଅର୍ଥାତ ଡିସେମ୍ବ ୧ରୁ ଲାଗୁ ହୋଇଯାଇଛି। ଏଲପିଜି ଦାମରେ ଲଗାତାର ଚତୁର୍ଥ ମାସ ବୁଦ୍ଧି ପାଇଛି। ଗ୍ୟାସ୍‌ ବିତରଣ କମ୍ପାନୀ ପ୍ରତ୍ୟକ ମାସ ଏକ ତାରିଖରେ ଦାମର ସମୀକ୍ଷା କରନ୍ତି। ଏହାପରେ ହିଁ ଯାଇ ଏଥିରେ ପରିବର୍ତ୍ତନ କରାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.