ହାଇଦ୍ରାବାଦ ଦୁଷ୍କର୍ମ ପୀଡ଼ିତାଙ୍କୁ ମିଳିବ ତ୍ୱରିତ ନ୍ୟାୟ, ଘଟଣାର ଶୁଣାଣି ଫାଷ୍ଟଟ୍ରାକ କୋର୍ଟରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ

ହାଇଦ୍ରାବାଦ: ହାଇଦ୍ରାବାଦ ଦୁଷ୍କର୍ମ ପୀଡ଼ିତାଙ୍କୁ ମିଳିବ ତ୍ୱରିତ ନ୍ୟାୟ। ୨୬ ବର୍ଷୀୟ ପ୍ରାଣୀ ଚିକିତ୍ସକଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ଶୁଣାଣି ଫାଷ୍ଟଟ୍ରାକ କୋର୍ଟରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ଏହି ଘଟଣାକୁ ସେ ଅତ୍ୟନ୍ତ ଭୟାବହ ଓ ଲୋମହର୍ଷଣ ବୋଲି କହିଛନ୍ତି। ପୀଡ଼ିତାଙ୍କୁ ତ୍ୱରିତ ନ୍ୟାୟ ପାଇଁ ଅଦାଲତ ଗଠନର ପ୍ରକ୍ରିୟା ଆରମ୍ଭ କରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୀଡ଼ିତାଙ୍କ ପରିବାରୁ ଯଥାସମ୍ଭବ କ୍ଷତିପୂରଣ ଯୋଗାଇ ଦେବାକୁ କୁହାଯାଇଛି।

ସେପଟେ ଗତକାଲି ପୀଡ଼ିତା ପ୍ରାଣୀ ଚିିକିତ୍ସକଙ୍କ ପରିବାରକୁ ଜାତୀୟ ମହିଳା ଆୟୋଗଙ୍କ ପରିବାର ଭେଟି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଗତ ୨୭ ଓ ୨୮ ନଭେମ୍ବର ରାତିରେ ସାମସାବାଦ ଟୋଲ ଗେଟ ଠାରେ ମହିଳା ପ୍ରାଣୀ ଚିକିତ୍ସକଙ୍କୁ ଦୁଷ୍କର୍ମ ପରେ ଜାଳି ଦେଇ ହତ୍ୟା କରିଥିଲେ ୪ ଦୁର୍ବୃତ୍ତ। ପରଦିନ ୪ ଅଭିଯୁକ୍ତଙ୍କୁ ଗିରଫ କରି ଚେର୍ଲାପଲ୍ଲୀ କେନ୍ଦ୍ରୀୟ ଜେଲକୁ ପଠାଇ ଦିଆଯାଇଛି। ଏହି ଘଟଣାରେ ହାଇଦ୍ରାବାଦ ସମେତ ଦେଶର ବିଭିନ୍ନ ସ୍ଥାନରେ ଲୋକଙ୍କ ମଧ୍ୟରେ ପ୍ରବଳ କ୍ଷୋଭ ଦେଖାଦେଇଛି। ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରି ଦୋଷୀଙ୍କୁ କଠୋର ଦଣ୍ଡ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.