ଟିଟିଲାଗଡ଼ ନିକଟ ଘଣ୍ଟାବାହାରି ଗାଁରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ, ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କରିଥିଲା ପତ୍ନୀ
ଟିଟିଲାଗଡ଼: ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ପତ୍ନୀ। ଟିଟିଲାଗଡ଼ ନିକଟ ଘଣ୍ଟାବାହାରି ଗାଁରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ। ନବ ବିବାହିତା ଜଣଙ୍କ ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କରିବା ପରେ ଘଟଣାକୁ ଦୁର୍ଘଟଣା ରୂପ ଦେବାକୁ ଚେଷ୍ଟା କରିଥିଲା। ଦୁଇ ମାସ ତଳେ ହିଁ ତିଳୋତ୍ତମା ବାଗ୍ଙ୍କ ସହ ରାଜେନ୍ଦ୍ର ଛତରଙ୍କ ସହ ବିବାହ ହୋଇଥିଲା। ତିଳୋତ୍ତମା ପ୍ରେମିକ ଉଜ୍ଜ୍ୱଳ ମଣିବାଗ୍ଙ୍କ ସହ ମିଶି ହତ୍ୟାର ଷଡ଼ଯନ୍ତ୍ର କରିଥିଲା। ସହଯୋଗ କରିଥିଲା ପ୍ରଭାକର ବାଗ୍. ବର୍ତ୍ତମାନ ତିଳୋତ୍ତମା ଓ ଉଜ୍ଜ୍ୱଳ ଗିରଫ ହୋଇଛନ୍ତି। ଫେରାର ଅଛି ପ୍ରଭାକର।