Below header

ଆଜିଠାରୁ ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ, ମାଓପ୍ରବଣ ଜିଲ୍ଲାରେ କଡା ସୁରକ୍ଷା ବ୍ୟବସ୍ଥା

ଆଜିଠାରୁ ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ। ମାଓପ୍ରବଣ ଜିଲ୍ଲାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କୋରାପୁଟ ଜିଲ୍ଲାର ନାରାୟଣପାଟଣା, ବନ୍ଧୁଗାଁ, ପଟ୍ଟାଙ୍ଗି, ନନ୍ଦପୁର, ବୈପାରିଗୁଡ଼ା ଓ ଲମତାପୁଟ ବ୍ଲକରେ ପୋଲିସ ଓ ଗୁଇନ୍ଦା ବିଭାଗ ପକ୍ଷରୁ କଡ଼ା ସତର୍କତା ଅବଲମ୍ବନ କରାଯାଇଛି। ସମସ୍ତ ଥାନାକୁ ଆଲର୍ଟ ରଖାଯାଇଛି। ଦକ୍ଷିଣ ପଶ୍ଚିମ ରେଞ୍ଜର କୋରାପୁଟ ସମେତ ରାୟଗଡ଼ା, ମାଲକାନଗିରି, କଳାହାଣ୍ଡି ଓ ନୂଆପଡା ସହ ୬ଟି ଜିଲ୍ଲା ସହ ଆନ୍ଧ୍ର ସୀମାନ୍ତବର୍ତ୍ତୀ ଜିଲ୍ଲାର ସମସ୍ତ ପ୍ରବେଶ ପଥରେ ଯାଞ୍ଚ କରାଯାଉଛି। ବିଏସ୍‌ଏଫ, ସିଆରପିଏଫ, ଡିଭିଏଫ୍‌ ଓ ଜିଲ୍ଲା ପୋଲିସ କୁ ସଜାଗ ରଖାଯାଇଛି। ପିଏଲ୍‌ଜିଏ ସପ୍ତହକୁ ଦୃଷ୍ଟିରେ ରଖି ଜୟପୁରର ମାଓ ପ୍ରଭାବିତ ୧୯ଟି ରୁଟ୍‌ରେ ସରକାରୀ ବସ ଚଳାଚଳ ବନ୍ଦ କରାଯାଇଛି। ସୁରକ୍ଷା ଦୃଷ୍ଟିରେ ଏ ସମସ୍ତ ରୁଟ୍‌ରେ ସପ୍ତାହେ ପର‌୍ୟ୍ୟନ୍ତ ସମସ୍ତ ସରକାରୀ ବସ୍‌ ଚଳାଚଳ ବନ୍ଦ ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.